www.samajalive.in
Sunday, December 7, 2025
13.1 C
Bhubaneswar

୪ ମାସରେ ନିର୍ମାଣ ହେବ ଭବ୍ୟ ରାମ ମନ୍ଦିର: ଅମିତ ଶାହା

ଝାଡଖଣ୍ଡ: ଆସନ୍ତା ୪ ମାସ ମଧ୍ୟ‌ରେ ନିର୍ମାଣ ହେବ ଅଯୋଧ୍ୟା ରାମ ମନ୍ଦିର। ଏ ନେଇ ଝାଡଖଣ୍ଡର ପାକୁଡଠାରେ  ଏକ ନିର୍ବାଚନ ସଭାରେ ଦୃଢକ୍ତି ପ୍ରକାଶ କରିଛନ୍ତି କେନ୍ଦ୍ରଗୃହମନ୍ତ୍ରୀ ଅମିତ ଶାହା। ନିର୍ବାଚନୀ ସଭାରେ ଶାହା କହିଛନ୍ତି ଆଗାମୀ ୪ ମାସ ମଧ୍ୟରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ୟ୍ୟ ଶେଷ ହେବ। ସୁପ୍ରିମକୋର୍ଟଙ୍କ ରାୟ ପରେ ମନ୍ଦିର ନିର୍ମାଣପଥ ସୁଗମ ହୋଇଛି। ରାମ ଜନ୍ମଭୂମି ଅଯୋଧ୍ୟାରେ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ କରିବା ପାଇଁ ୧୦୦ ବର୍ଷରୁ ସାରା ବିଶ୍ବରେ ବସବାସ କରୁଥିବା ହିନ୍ଦୁମାନେ ଦାବି କରିଆସୁଥିଲେ । ସମଗ୍ର ବିଶ୍ବରେ ବସବାସ କରୁଥିବା ହିନ୍ଦୁମାନଙ୍କ ଦାବି ଆଉ ମାତ୍ର ୪ ମାସ ମଧ୍ୟରେ ପୂରଣ ହୋଇଯିବ।

- Advertisement -

 

ଝାଡଖଣ୍ଡର ଏହି ନିର୍ବାଚନୀ ସଭାରେ ଶାହା କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ଶାହା କହିଛନ୍ତି ବର୍ତ୍ତମାନ ଏକ ନୂଆ କଥା ଦେଖିବାକୁ ମିଳିଛି ଯଦି ଝାଡଖଣ୍ଡରେ କାଶ୍ମୀର କଥା କୁହାଯାଇଛି ତେବେ ରାହୁଲ ବାବା ଅଭିଯୋଗ କରୁଛନ୍ତି କାଶ୍ମୀର କଥା କଣ ପାଇଁ ଝାଡଖଣ୍ଡରେ କୁହାଯାଉଛି ରାହୁଲ ବାବା ଭୁଲି ଯାଉଛନ୍ତି ଝାଡଖଣ୍ଡର ଶହଶହ ଯୁବକ ସେନାବାହିନୀରେ ଥାଇ କାଶ୍ମୀରବାସୀ ଏବଂ ଭାରତର ସୁରକ୍ଷା ପାଇଁ ବରଫଯୁକ୍ତ ଘାଟିରେ ମୁତୟନ ଥାଇ ନିଜ ରକ୍ତ ବୁହାଉଛନ୍ତି।  କଂଗ୍ରେସର ଶାସନ ଥିବା ସମୟରେ  ଝାଡଖଣ୍ଡର ରଚନା ହୋଇ ପାରି ନଥିଲା। ଝାଡଖଣ୍ଡ ନିର୍ମାଣ ପାଇଁ ହେଉଥିବା ଦାବିକୁ ବିଜେପି ପୂରଣ କରିଥିଲା। ଯେତେବେଳେ କେନ୍ଦ୍ରରେ ଅଟଳ ବିହାରୀ ବାଜପେୟୀଙ୍କ ସରକାର ଆସିଥିଲା ସେହିସମୟରେ ଝାଡଖଣ୍ଡର ନିର୍ମାଣ ସମ୍ଭବ ହୋଇଥିଲା ।  ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ  ଝାଡଖଣ୍ଡର ନିର୍ମାଣ କରିଥିଲେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଝାଡଖଣ୍ଡର ବିକାଶର କାମ କରୁଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories