www.samajalive.in
Friday, December 12, 2025
14.1 C
Bhubaneswar

ବିସ୍ମୟ ଶିଶୁ: ଡାଇପର ପିନ୍ଧି ଖେଳୁଛି ଆକର୍ଷଣୀୟ ଶଟ୍‌, ବ୍ୟାଟିଂ କୌଶଳକୁ ନେଇ ଅନ୍ତର୍ଜାତୀୟ କ୍ରିକେଟ ମହଲରେ ଚର୍ଚ୍ଚା

ନୂଆଦିଲ୍ଲୀ: ୩ ବର୍ଷର ଶିଶୁ ଖେଳୁଛି ଆକର୍ଷଣୀୟ କ୍ରିକେଟ ଶଟ୍‌, ଯାହାକୁ ନେଇ ଏବେ ସୋସିଆଲ ମିଡିଆଠାରୁ ଆରମ୍ଭ କରି ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି। ପିଲାଟି ଡାଇପର ପିନ୍ଧି ହାତରେ ବ୍ୟାଟ୍‌ ଧରି ଗୋଟିଏ ପରେ ଗୋଟିଏ ଶଟ୍‌ ମାରିଚାଲୁଛି, ତାହା ପୁଣି ଜଣେ ପ୍ରଫେଶନାଲ କ୍ରିକେଟରଙ୍କ ଭଳି। ପିଲାଟିର ଏହି ବିସ୍ମୟକର ଖେଳକୁ ଦେଖି ଅନ୍ତର୍ଜାତୀୟ କ୍ରିକେଟ ମହଲରେ ଏବେ ବେଶ୍‌ ଆଲୋଚନା ଚାଲିଛି। ପିଲାଟିର ବ୍ୟାଟିଂ କୌଶଳ ମାଇକେଲ ଭନ, କେଭିନ ପିଟରଶନ ଏବଂ ବିରାଟ କୋହଲି, ଜ୍ୟାକ୍‌ କାଲିସଙ୍କ ଭଳି କ୍ରିକେଟରଙ୍କୁ ବିସ୍ମିତ କରିଛି। ସେମାନେ ପିଲାଟିର ଖେଳ ଦେଖି ପ୍ରଶଂସା ନ କରି ରହିପାରି ନାହାନ୍ତି।

ଇଲଣ୍ଡର ପୂର୍ବତନ କ୍ରିକେଟର ମାଲିକେଲ ଭନ୍‌ ଏବଂ କେଭିନ ପିଟରସନ ପିଲାଟିର ଏକ ଭିଡିଓ ଶେୟାର କରିବା ପରେ ଏହା ଲୋକଲୋଚନକୁ ଆସିଛି। ନିକଟରେ ପିଟରଶନ ଇନ୍‌ଷ୍ଟାଗ୍ରାମରେ କୋହଲିଙ୍କୁ ଟ୍ୟାଗ୍‌ କରି ଏହି ଭିଡିଓଟି ଶେୟାର କରିଥିଲେ। ଭିଡିଓ ପୋଷ୍ଟ କରିବା ପରେ ପିଟରଶନ କୋହଲିଙ୍କ ଉଦ୍ଦେଶ୍ୟରେ ଲେଖିଥିଲେ ଯେ, ଆପଣ ଏହି ପିଲାଟିକୁ ଆପଣଙ୍କ ଟିମ୍‌ରେ ସାମିଲ କରିବେ କି? କୋହଲି ବି ପିଟରଶନଙ୍କ ଏହି ପ୍ରଶ୍ନର ଉତ୍ତର ଦେଇଥିଲେ। କୋହଲି ଭିଡିଓଟିକୁ ଦେଖିବା ପରେ ପିଲାଟିର ବ୍ୟାଟିଂ କୌଶଳରେ ବେଶ୍‌ ପ୍ରଭାବିତ ହେବା ସହିତ ଏହା ‘ଅଦ୍ଭୁତ’ ବୋଲି କହିଥିଲେ। ପିଲାଟି ନିକଟରେ ଅବାସ୍ତବ ପ୍ରତିଭା ରହିଛି ବୋଲି କୋହଲି କହିବା ସହିତ ତା’ର ଘର କେଉଁଠି ବୋଲି ପ୍ରଶ୍ନ କରିଛନ୍ତି। ପରେ ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ରିକେଟର ଜ୍ୟାକ୍‌ କାଲିସ ମଧ୍ୟ ଭିଡିଓଟିକୁ ନେଇ ନିଜର ପ୍ରତିକ୍ରିୟା ରଖି ଶିଶୁଟିର ସାଂଘାତିକ ପ୍ରତିଭା ରହିଥିବା ଦର୍ଶାଇଛନ୍ତି।

- Advertisement -

https://www.instagram.com/p/B6AclkvlwWM/?utm_source=ig_web_copy_link

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories