www.samajalive.in
Tuesday, December 9, 2025
15.1 C
Bhubaneswar

ଗୃହରେ ସର୍ବଦା ସୁଖଶାନ୍ତି ଓ ହସଖୁସିର ବାତାବରଣ ପାଇଁ ଏହି ୮ଟି ଦିଗ ପ୍ରତି ଦିଅନ୍ତୁ ଧ୍ୟାନ

ପ୍ରତ୍ୟେକ ନିଜ ଘରେ ସୁଖଶାନ୍ତିର ବାତାବରଣ ଚାହିଁ ଥାଆନ୍ତି। ମାତ୍ର ବହୁ ସମୟରେ ଏପରି ଦେଖାଯାଏ ଘରେ ଅଶାନ୍ତି ଲାଗି ରହେ। ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଘରେ ସର୍ବଦା ସୁଖଶାନ୍ତି ଓ ହସଖୁସିର ବାତାବରଣ ପାଇଁ କିଛି ବିଶେଷ ଦିଗ ପ୍ରତି ଧ୍ୟାନ ଦେବା ନିତ୍ୟାନ୍ତ ଆବଶ୍ୟକ। ଜାଣନ୍ତୁ ….
ବାସ୍ତୁ ଅନୁଯାୟୀ, ରୋଷେଇ ଘରେ କ୍ଷୀର ଖୋଲା ପାତ୍ରରେ ଖାଲି ରଖନ୍ତୁ ନାହିଁ। ଅର୍ଥାତ ଏଥିରେ ଢାଙ୍କୁଣୀ ନିଶ୍ଚୟ ଘୋଡ଼ାନ୍ତୁ।
କଣ୍ଟା ଜାତୀୟ ବୃକ୍ଷ ଘରେ ଲଗାନ୍ତୁ ନାହିଁ। ଏହା ଦ୍ୱାରା ଘରେ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ।
ଘରର ଉତ୍ତର-ପୂର୍ବ ଦିଗରେ ଭାରୀ ମୂର୍ତ୍ତି ରଖନ୍ତୁ ନାହିଁ।
ଶୟନ କକ୍ଷର ଖଟ ତଳେ କଦାପି ଜୋତା ଚପଲ ରଖନ୍ତୁ ନାହିଁ। ଏପରି କରିବା ଦ୍ୱାରା ମାନସିକ ଅଶାନ୍ତି ବୃଦ୍ଧି ପାଇଥାଏ।
ଖଟର ପଛପଟକୁ ଲୁହାର ଆଲମିରା ରଖନ୍ତୁ ନାହିଁ। କୌଣସି ଲୁହା ବସ୍ତୁ ଖଟ ଉପରେ ମଧ୍ୟ ରଖନ୍ତୁ ନାହିଁ।
ଘରର ମଧ୍ୟ ଭାଗରେ ପାଣି ଟାଙ୍କି, ପାଣିର କୌଣସି ସ୍ରୋତ ରଖନ୍ତୁ ନାହିଁ। ଏପରି କରିବା ଦ୍ୱାରା ଆର୍ଥିକ ସମସ୍ୟା ଲାଗି ରହେ।
ଧନ-ସମ୍ପତ୍ତି ଓ ଉତ୍ତମ ପାରିବାରିକ ସମ୍ପର୍କ ପାଇଁ ଘରେ କଦାପି ବୁଡ଼ୁଥିବା ଜାହାଜ ଚିତ୍ର ଲଗାନ୍ତୁ ନାହିଁ।
ଦାନ ପାଇଁ ଆଣିଥିବା ଦ୍ରବ୍ୟ ଘରେ ଅଧିକ ଦିନ ଯାଏଁ ଘରେ ରଖନ୍ତୁ ନାହିଁ।
ଘରେ ଭଙ୍ଗା ଦେବାଦେବୀଙ୍କ ମୂର୍ତ୍ତି ରଖନ୍ତୁ ନାହିଁ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories