www.samajalive.in
Sunday, December 14, 2025
26.1 C
Bhubaneswar

ସଡ଼କ ଦୁର୍ଘଟଣାରେ ଜଣେ ମୃତ, ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ

ବୌଦ୍ଧ : ବୌଦ୍ଧ ମହାନଦୀ ବ୍ରିଜ ଛକରେ ଶନିବାର ସକାଳେ ଏକ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ସ୍ଥାନୀୟ ଟୁଟୁସିଙ୍ଗା ଗ୍ରାମର ମହେଶ ପ୍ରଧାନ (୧୮)। ଗୁରୁତର ଆହତ ଜଣଙ୍କ ହେଲେ ବିମଳ ପ୍ରଧାନ (୧୭)। ବିମଳଙ୍କୁ ଗୁରୁତର ଅବସ୍ଥାରେ ବୌଦ୍ଧ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ସ୍ଥାନୀୟଲୋକେ ମୃତଦେହ ରଖି ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟରାଜପଥ ଅବରୋଧ କରିଛନ୍ତି। ଉତ୍ତ୍ୟକ୍ତ ଲୋକେ କ୍ଷତିପୂରଣ, ଦୁର୍ଘଟଣା ଘଟାଇଥିବା ଟ୍ରକର ଚାଳକଙ୍କୁ ଗିରଫ କରିବା ଏବଂ ମହାନଦୀ ବ୍ରିଜ ଛକରେ ସ୍ପିଡ୍‌ ବ୍ରେକର ନିର୍ମାଣ ପାଇଁ ଦାବି କରିଥିବା ଜଣାପଡ଼ିଛି। ଖବର ପାଇ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ ଓ ଏସଡ଼ିପିଓ ସାଲେଷ୍ଟିନ ଟିଗା ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ସେମାନେ ଶୁଣି ନାହାନ୍ତି। ବର୍ତ୍ତମାନ ସୁଦ୍ଧା ରାସ୍ତାରୋକ ଜାରି ରହିଥିବା ନେଇ ସୂଚନା ମିଳିଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories