www.samajalive.in
Sunday, December 14, 2025
16.1 C
Bhubaneswar

ଚାନ୍ଦିପୁଟରେ ବ୍ଳକ ସ୍ତରୀୟ କୃଷକ ସମ୍ପର୍କ ମେଳା

ମୋହନା : ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ ବିଭାଗ ପକ୍ଷରୁ ଚାନ୍ଦିପୁଟ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ କୃଷକ ସମ୍ପର୍କ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ମେଳାକୁ ମୁଖ୍ୟ ଅତିଥି ରୂପେ ମୋହନା ବିଧାୟକ ଦାଶରଥୀ ଗମାଙ୍ଗ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତାଭାବେ ଜଲା କୃଷି ଅଧିକାରୀ ରା.ଉଦୟଗିରି ପ୍ରଶାନ୍ତ କୁମାର ପ୍ରଶାନ୍ତ କୁମାର ପଟ୍ଟନାୟକ ସମ୍ମାନୀତ ଅତିଥି ବ୍ଳକ ଅଧ୍ୟକ୍ଷା ସୁକୀ ଶବର, ଉପାଧ୍ୟକ୍ଷା ବାଲମିନା ଅଧିକାରୀ, ରା.ଉଦୟଗିରି ଜିଲ୍ଲା ପରିଷଦ ସଭ୍ୟ ଯାକବ ମାଝୀ, ଅଡବା ଜିଲ୍ଲା ପରିଷଦ ସଭ୍ୟ ବାଳକୃଷ୍ଣ ମଳିକ, କେଭିକେ ବୈଜ୍ଞାନିକ ସଞ୍ଜିବ କୁମାର ମଣ୍ଡଳ, ଏଫଏଲଏସି ଅଧ୍ୟକ୍ଷ ଗୋରୀ ଶଙ୍କର ପ୍ରଧାନୀ , ପ୍ରାଣୀ ଚିକିତ୍ସା ଅଧିକାରୀ ଡ.ବିରେନ୍ଦ୍ର କୁମାର ପଣ୍ଡା, ଚାନ୍ଦିପୁଟ ସରପଞ୍ଚ ଜୁରିଆ କାର୍ଯୀ, ଚନ୍ଦ୍ରଗିରି ସରପଞ୍ଚ ନର୍ମଦା ଦଳାଇ ପ୍ରମୂଖ ଯୋଗ ଦେଇଥିଲେ। ଅତିଥିମାନେ ନିଜ ବକ୍ତବ୍ୟରେ ଏହି ମେଳାର ଲକ୍ଷ୍ୟ ଓ ଉଦେ୍ଧଶ୍ୟ, ପଶୁସମ୍ପଦ ବିଭାଗରେ ଥିବା ଚାଷୀମାନଙ୍କ ନିମନ୍ତେ ବିଭିନ୍ନ ଯୋଜନା, ଉଦ୍ୟାନ, ମତ୍ସ୍ୟ, ଦୁଗ୍ଧ ସମବାୟ ସମିତି, ଗୋବନ୍ଧ୍ୟା ନିରାକରଣ ଶିବିର, ଗାଇମାନଙ୍କର ଆଧାର କାର୍ଡ, କୃଷି, ଜଳଛାୟା, କୃଷି ବିଜ୍ଞାନ କେନ୍ଦ୍ର ମାଧ୍ୟମରେ ଚାଷୀମାନଙ୍କୁ ମିଳୁଥିବା ବିଭିନ୍ନ ଯୋଜନା ଆଦି ବିଭିନ୍ନ ସରକାରୀ ଯୋଜନା ବିଷୟରେ ଉପସ୍ଥିତ ଥିବା ଶତାଧିକ କୃଷକଙ୍କୁ ବୁଝାଇଥିଲେ। ଏହି ମେଳାରେ ଜେଆର ଏାଗ୍ରୋ ପକ୍ଷରୁ ଧାନ ଅମଳ ଯନ୍ତ୍ର, ଗହମ କଳ, ବିହନ ଓ ସାର ବୁଣା ମେସିନ, ଅଟୋ ପାୱାର ଟିଲର, ଉଦ୍ୟାନ ବିଭାଗ ପକ୍ଷରୁ ଛତୁ ଚାଷ, ପ୍ରାଣୀ ମାନଙ୍କ କୃତିମ ପ୍ରଜନନ ରୋଗ ପ୍ରତିଶେଧକ ଟିକା ପ୍ରଦାନ, ଓଡିଶା ମିଲେଟ ମିଶନ ପକ୍ଷରୁ କ୍ଷୁଦ୍ର ଦାନା ଶସ୍ୟ ଆଦି ଷ୍ଟଲ ଖୋଲାଯାଇଥିଲା। ଏହି ମେଳାକୁ ମୋହନା ସହକାରୀ କୃଷି ଅଧିକାରୀ ଭବେନ୍ଦ୍ର ମୁର୍ମୁ ପରିଚାଳନା କରିଥିଲେ। ବ୍ଳକ ସ୍ତରୀୟ ପଦାଧିକାରୀମାନେ ମେଳାରେ ଉପସ୍ଥିତ ଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories