www.samajalive.in
Friday, December 12, 2025
26.1 C
Bhubaneswar

୨୫୦ ଟଙ୍କାରେ ସ୍ୱେଟର, ୪୫୦ ଟଙ୍କାରେ ଷ୍ଟାଇଲିସ ଜ୍ୟାକେଟ ପାଇଁ ଯାଆନ୍ତୁ ଏହି ମାର୍କେଟ

ଶୀତଦିନ ଆରମ୍ଭ ହେବାକୁ ବସିଲାଣି। ଏହି ଦିନରେ ଶୀତ ବସ୍ତ୍ରର ଚାହିଦା ବେଶ ଅଧିକ। ସ୍ୱେଟର, ଜ୍ୟାକେଟ, ବ୍ଲେଜର ଆଦି କିଣିବାକୁ ଦିଲ୍ଲୀ କିଛି ସ୍ୱତନ୍ତ୍ର ମାର୍କେଟରେ ବେଶ ଭିଡ଼ ଦେଖିବାକୁ ମିଳିଥାଏ। ସେହି ସମସ୍ତ ମାର୍କେଟ ଗୁଡ଼ିକରେ ଆପଣ ବହୁ ଶସ୍ତାରେ ସୁନ୍ଦର ଓ ଷ୍ଟାଇଲିସ ଶୀତ ବସ୍ତ୍ର ଆଦି ପାଇପାରିବେ। ଜାଣନ୍ତୁ ….
ଗାନ୍ଧୀନଗର ମାର୍କେଟ –
ଶସ୍ତାରେ ସୁନ୍ଦର ଓ ଷ୍ଟାଇଲିସ ଶୀତ ବସ୍ତ୍ର ପାଇଁ ଦିଲ୍ଲୀର ଗାନ୍ଧୀନଗର ମାର୍କେଟକୁ ନିଶ୍ଚୟ ଯାଆନ୍ତୁ। ଏଠାରେ ଆପଣ ସ୍ୱେଟର ଠାରୁ ଆରମ୍ଭ କରି ଅନ୍ୟ ସମସ୍ତ ପ୍ରକାରର ଶୀତ ବସ୍ତ୍ର ପ୍ରାୟ ୩୦୦ ଟଙ୍କାରୁ ଏଠାରେ
ପାଇପାରିବେ। ଏପରିକି ୩୦୦୦ ହଜାର ଟଙ୍କାର ଜ୍ୟାକେଟ ମୁଲେଇବା ଅନୁଯାୟୀ ୫୦୦ ଟଙ୍କାରେ ମିଳିଥାଏ।
ଏହି ମାର୍କେଟରୁ ଦେଶର ବିଭିନ୍ନ ସ୍ଥାନରୁ ଶୀତ ହେଉ ଅଥବା ଅନ୍ୟ ବସ୍ତ୍ର ବିକ୍ରି ପାଇଁ ମଧ୍ୟ ଯାଏ। ଏଠାରେ ଆପଣ ମହିଳାଙ୍କ ସ୍ୱେଟର ୧୮୦ ଓ ୨୦୦ ଟଙ୍କାରୁ ଆରମ୍ଭ ହୋଇଥାଏ। ଏହା ୩୫୦ ରୁ ୨୨୦୦ ଟଙ୍କା ଯାଏଁ ଷ୍ଟାଇଲିସ ଜ୍ୟାକେଟ ମିଳିଥାଏ।
ମୋନାଷ୍ଟ୍ରୀ ମାର୍କେଟ –
ମେଟ୍ରୋ ଷ୍ଟେସନ ନିକଟରେ ଏହି ମାର୍କେଟ ଅବସ୍ଥିତ। ଏଠାରେ ପିଲାଙ୍କ ସ୍ୱେଟର ଠାରୁ ଆରମ୍ଭ କରି ଯୁବକ ଯୁବତୀ, ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ପାଇଁ ମଧ୍ୟ ଶୀତ ବସ୍ତ୍ର ମିଳିଥାଏ। ୫୦୦ ଟଙ୍କାରୁ ଆରମ୍ଭ ହୋଇ , ଦୁଇ ପଟ ବ୍ୟବହାର କରି ପିନ୍ଧିପାରୁ ଥିବା ଜ୍ୟାକେଟର ଦାମ ୮୦୦ ରୁ ଆରମ୍ଭ ହୋଇ ୩୦୦୦ ଟଙ୍କା ପର୍ଯ୍ୟନ୍ତ ଉପଲବ୍ଧ।
କମଳା ନଗର ମାର୍କେଟ –
ବିଭିନ୍ନ ପ୍ରକାର ପୋଷାକ, ପ୍ରସାଧନ ସାମଗ୍ରୀ ଆଦି ପାଇଁ ଏହି ମାର୍କେଟ ବେଶ ପ୍ରସିଦ୍ଧ। ତେଣୁ ଏହି ମାର୍କେଟ ମହିଳାଙ୍କ ପ୍ରିୟ ମାର୍କେଟ ବୋଲି କୁହାଯାଏ। ଏହାଛଡ଼ା ଏଠାରେ ୩୫୦ ଟଙ୍କାରୁ ୧୬୦୦ ଟଙ୍କା ସ୍ୱେଟର, ସାଲ ମଧ୍ୟ ମିଳିଥାଏ।
ଚାନ୍ଦିନୀ ଚୌକ ମାର୍କେଟ –
ଏହି ମାର୍କେଟରେ ମଧ୍ୟ ଆପଣ ଖୁବ ଶସ୍ତାରେ ଶୀତ ବସ୍ତ୍ର ପାଇପାରିବେ।

Hot this week

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

Related Articles

Popular Categories