www.samajalive.in
Saturday, December 13, 2025
21.1 C
Bhubaneswar

ମାଇଗ୍ରେନ ସମସ୍ୟା ଥିଲେ, ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ବର୍ତ୍ତମାନର ଜୀବନଶୈଳୀ, ଖାଦ୍ୟପେୟ କାରଣରୁ ମୁଣ୍ଡବିନ୍ଧା ଏକ ମୁଖ୍ୟ ସମସ୍ୟା ପାଲଟିଛି। ମାତ୍ର ମୁଣ୍ଡ ବିନ୍ଧା ଯନ୍ତ୍ରଣା ଅତ୍ୟଧିକ ପରିମାଣରେ ହେଲେ ଏହା ମାଇଗ୍ରେନର ରୂପ ନେଇଥାଏ। ମାଇଗ୍ରେନର ଯନ୍ତ୍ରଣାରେ ମୁଣ୍ଡର ଗୋଟେ ପଟରେ ଯନ୍ତ୍ରଣା ହୋଇଥାଏ। ଏହି ଯନ୍ତ୍ରଣା ହେବାର କୌଣସି ନିର୍ଦ୍ଦିଷ୍ଟ ସମୟ ନଥାଏ। ସେହି ସମୟରେ ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ସହ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡ଼ିଥାଏ। ତେଣୁ ଯନ୍ତ୍ରଣା ସମୟରେ ଏପରି କେତେକ ଖାଦ୍ୟ ରହିଛି ଯାହାକୁ ଖାଇବା ଉଚିତ ନୁହେଁ। ଜାଣନ୍ତୁ ….
ଏହି ସମୟରେ ଚିଜ କିମ୍ବା ଚିଜ ବ୍ୟବହାର ହୋଇଥିବା ଖାଦ୍ୟ ଖାଇବା ଉଚିତ ନୁହେଁ। ଏହା ଯନ୍ତ୍ରଣାକୁ ବୃଦ୍ଧି କରିଥାଏ।
ଏହି ମାଇଗ୍ରେନ ସମୟରେ ଆମିଷ ଖାଦ୍ୟରୁ ମଧ୍ୟ ଦୂରେଇ ରହିବା ଆବଶ୍ୟକ। ଖୁବ କମ ପରିମାଣରେ ସପ୍ତାହକୁ ଥରେ ଖାଇପାରିବେ।
ପ୍ୟାକେଟ୍‍ ଜାତୀୟ ଖାଦ୍ୟ ମଧ୍ୟ ଖାଇବା ଉଚିତ ନୁହେଁ। ଯେପରି ବିଭିନ୍ନ ପ୍ରକାର ଚିପ୍ସ।
ଚକୋଲେଟ ଖାଇବା ମଧ୍ୟ ଉଚିତ ନୁହେଁ।
ଖଟା ଜାତୀୟ ଖାଦ୍ୟ ଯେପରି, ଦହି, କମଳା, ଲେମ୍ବୁ ଆଦି ଖାଇବା ଉଚିତ ନୁହେଁ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories