www.samajalive.in
Saturday, December 13, 2025
21.1 C
Bhubaneswar

୨୧ ହଜାର ଟଙ୍କାର ପିଆଜ ଚୋରି ଅଭିଯୋଗରେ ୨ ଗିରଫ

ମୁମ୍ବଇ : ବଜାରରେ ସୁନାର ଦର ବୃଦ୍ଧିକୁ ନେଇ ଚର୍ଚ୍ଚା ହେବା ସାଧାରଣ କଥା। ମାତ୍ର କିଛି ଦିନ ହେବ ଦର ବୃଦ୍ଧିକୁ ନେଇ ପିଆଜ ବେଶ ଚର୍ଚ୍ଚାରେ ରହିଛି। ପୂର୍ବରୁ ପିଆଜ କାଟିବା ସମୟରେ ଆଖିରୁ ଲୁହ ବାହାରୁ ଥିଲା। ମାତ୍ର ବର୍ତ୍ତମାନ ପିଆଜ ଦେଖିଲେ ମଧ୍ୟ ଆଖିରୁ ଲୁହ ବାହାରୁଛି। ଏଭଳି ସମୟରେ ପିଆଜ ଚୋରି ହେବା ଘଟଣା ସାମ୍ନାକୁ ଆସିଛି। ମୁମ୍ବଇର ଡ଼ୋଗରି ବଜାରରୁ ମଙ୍ଗଳବାର ପିଆଜ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ଉକ୍ତ ଘଟଣାରେ ପୁଲିସ ୨ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ପ୍ରାୟ ୧୬୮ କିଲୋ ପିଆଜ ଜବତ ହୋଇଥିବା ଜଣାପଡ଼ିଛି। ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୨୧ ହଜାର ଟଙ୍କା। ସୂଚନା ଯୋଗ୍ୟ, ପିଆଜ ଚୋରି ହେବା ନେଇ ଡ଼ୋଗରି ବଜାରର ଦୁଇ ଜଣ ବ୍ୟବସାୟୀ ଅଭିଯୋଗ କରିବା ପରେ ପୁଲିସ ଘଟଣାର ଛାନଭିନ ଆରମ୍ଭ କରିଥିଲା। ପିଆଜ ଚୋରି ସମୟର ଭିଡ଼ିଓ ମଧ୍ୟ ସେଠାରେ ଥିବା ସିସିଟିଭିରେ ରେକର୍ଡ଼ ହୋଇଥିଲା। ସିସିଟିଭି ଫୁଟେଜ ଆଧାରରେ ପୁଲିସ ଏହି ଦୁଇ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି। ମୁମ୍ବଇରେ ପିଆଜ ଦର ୧୨୦ ଥିବା ବେଳେ ଏହାର ସୁଯୋଗ ନେଇ ୨ ଅଭିଯୁକ୍ତ ପିଆଜ ଚୋରି କରିବା ପାଇଁ ବିଳମ୍ବିତ ରାତିରେ ବଜାରକୁ ଯାଇଥିଲେ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories