www.samajalive.in
Friday, December 12, 2025
27.1 C
Bhubaneswar

ପୁରୀ ଗଣବଳାତ୍କାର ମାମଲା ; ଚତୁର୍ଥ ଅଭିଯୁକ୍ତ ଗିରଫ

ପୁରୀ : ଶ୍ରୀକ୍ଷେତ୍ର ପୁରୀରେ ଜଣେ ଯୁବତୀଙ୍କୁ ଗଣବଳାତ୍କାର ମାମଲାରେ ରବିବାର ଚତୁର୍ଥ ଅଭିଯୁକ୍ତକୁ ରାୟଗଡ଼ାରୁ ଗିରଫ କରିଛି ପୁରୀ ପୁଲିସ। ରାୟଗଡ଼ାସ୍ଥିତ ନାଗାବଳି ନଦୀ ନିକଟରୁ ଅଭିଯୁକ୍ତ ଧରାପଡିଥିବା ଜଣାପଡ଼ିଛି। ପୂର୍ବରୁ ମୁଖ୍ୟ ଅଭିଯୁକ୍ତ ଜିତେନ୍ଦ୍ର କୁମାର ସେଠୀ ସହ ୩ ଜଣ ଧରାପଡ଼ିଥିଲେ।

ସୂଚନାଯୋଗ୍ୟ, ପୀଡିତା ଜଣଙ୍କ ଭୁବନେଶ୍ବରର ଏକ ଘରୋଇ ସଂସ୍ଥାରେ ସେ କାର୍ୟ୍ୟ କରୁଥିଲେ। ସୋମବାର ସେ ଘରକୁ ଯିବା ପାଇଁ ବାହାରି ଥିଲେ। ବସ୍‌ ଯୋଗେ ସେ ନିମାପଡାରେ ଓହ୍ଳାଇଥିଲେ। ସେଠାରେ ଏକ ଦୋକାନରେ ଖାଇବା ପରେ କାକଟପୁର ଯିବାପାଇଁ ଅନ୍ୟ ଏକ ବସ୍‌କୁ ଅପେକ୍ଷା କରିଥିଲେ। ଜିତେନ୍ଦ୍ର ତାଙ୍କ ପାଖରେ ପହଞ୍ଚି ଯୁବତୀଙ୍କ ପରିଚୟ ବୁଝିଥିଲେ। ଗାଡିରେ ନେଇ ଘରେ ଛାଡିଦେବାକୁ ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଯୁବତୀଙ୍କୁ ଏକ କାର୍‌ରେ ବସାଇ କାକଟପୁର ପରିବର୍ତ୍ତେ ସେ ପୁରୀ ନେଇଥିଲେ। କାର୍‌ରେ ଅନ୍ୟ ୩ଜଣ ବ୍ୟକ୍ତି ଥିଲେ। ଝାଡେଶ୍ବରୀ କ୍ଲବ ନିକଟସ୍ଥ ପୁଲିସ କ୍ବାର୍ଟର ଭିତରେ କନଷ୍ଟେବଳଙ୍କ ସମେତ ଅନ୍ୟ ଜଣେ ବ୍ୟକ୍ତି ତାଙ୍କୁ ବଳାତ୍କାର କରିଥିଲେ ବୋଲି ପୀଡିତା ବୟାନ ଦେଇଥିନ୍ତଲେ।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories