www.samajalive.in
Friday, December 12, 2025
23.1 C
Bhubaneswar

କର୍ଣ୍ଣାଟକ: ଏଣିକି ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ମହିଳାଙ୍କୁ ଘରେ ଛାଡ଼ିବ ପୁଲିସ

ବେଙ୍ଗାଲୁରୁ: ଦେଶରେ ମହିଳାଙ୍କ ବିରୋଧରେ ଘଟୁଥିବା ଅପରାଧକୁ ଦୃଷ୍ଟିରେ ରଖି କର୍ଣ୍ଣାଟକ ପୁଲିସ ଏକ ନିଆରା ପଦକ୍ଷେପ ଗ୍ରହଣ କରିଛନ୍ତି। ଏଠାକାର ପୁଲିସ ରାତିରେ ମହିଳାମାନଙ୍କୁ ସୁରକ୍ଷିତ ଭାବେ ତାଙ୍କ ଘରେ ଛାଡ଼ିବାର କାମ ଆରମ୍ଭ କରିଛି। ପୁଲିସ ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ମାଗଣାରେ କରୁଛି। ପୁଲିସ ଏଥିପାଇଁ ଏକ ହେଲ୍ପଲାଇନ୍‍ ନମ୍ବର ଜାରି କରିଛି। ରାତି ସମୟରେ ଯଦି କୌଣସି ମହିଳା ଘରକୁ ଯିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି କିମ୍ବା କୌଣସି ଟ୍ୟାକ୍ସି ବା ଅଟୋରେ ଯିବାକୁ ସୁରକ୍ଷିତ ମଣୁ ନାହାନ୍ତି ତେବେ ସେମାନେ ସେହି ନମ୍ବରକୁ ଫୋନ୍‍ କରି ସହାୟତା ନେଇ ପାରିବେ। ରାତି ୧୦ଟାରୁ ସକାଳ ୬ଟା ମଧ୍ୟରେ ପୁଲିସ ମହିଳାଙ୍କୁ ସୁରକ୍ଷିତ ସେମାନଙ୍କ ଘରେ ପହଞ୍ଚାଉଛି।
ଏହାକୁ ନେଇ ଗଡଗ ପୁଲିସ ଅଧୀକ୍ଷକ ଶ୍ରୀନାଥ ଜୋଶୀ କହିଛନ୍ତି, “ମହିଳାମାନେ କୌଣସି ପୁଲିସ ଷ୍ଟେଶନ କିମ୍ବା ଦେୟମୁକ୍ତ ହେଲ୍ପଲାଇନ୍‍ ନମ୍ବରକୁ ଫୋନ୍‍ କରିପାରିବେ। ପୁଲିସ ସେଠାରୁ ଆଣି ତାଙ୍କୁ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚାଇବ”। ହାଇଦ୍ରାବାଦ ଏବଂ ଉନ୍ନାଓ ଘଟଣାକୁ ନେଇ ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି ହୋଇଥିବା ସମୟରେ କର୍ଣ୍ଣାଟକ ପୁଲିସର ଏପରି ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି।

Hot this week

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

ଫେବୃଆରୀ ୧୨ରେ ବାଂଲାଦେଶ ନିର୍ବାଚନ

ଢାକା,୧୧ା୧୨: ଆସନ୍ତା ବର୍ଷ ଫେବୃଆରୀ ୧୨ ତାରିଖରେ ବାଂଲାଦେଶ ନ୍ୟାସନାଲ ଆସେମ୍ବ୍ଲି...

ଉମର ଖାଲିଦଙ୍କୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ : ଦିଲ୍ଲୀ ଦଙ୍ଗା ଘଟଣାରେ ଗିରଫ ହୋଇଥିବା ଜେଏନୟୁର ପୂର୍ବତନ...

ଟସ୍ ଜିତିବା ପରେ ଭାରତ କରିଥିଲା ବଡ଼ ଭୁଲ: ଜାଣନ୍ତୁ କଣ କହିଲେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍‌

ନ୍ୟୁ ଚଣ୍ଡିଗଡ଼: ମୁଲାନପୁରରେ ଭାରତ ବିପକ୍ଷରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ରେ...

Related Articles

Popular Categories