www.samajalive.in
Saturday, December 13, 2025
14.1 C
Bhubaneswar

ଓଜନ କମ୍ କରିବାର ଉପାୟ

ଉଭୟ ଯୁବପିଢ଼ି ଓ ବୟସ୍କଙ୍କ ମଧ୍ୟରେ ଏକ ପ୍ରମୁଖ ସମସ୍ୟା ଭାବେ ଦେଖାଦେଇଛି ଓଜନ ବୃଦ୍ଧି। ନିଜକୁ ଫିଟ୍‌ ରଖିବା ନିମନ୍ତେ ଲୋକେ ଏବେ କେଟୋ ଡାଏଟ୍, ଜିମ୍ ଯିବା, ଡାଏଟିଂ କରିବା, ଯୋଗ-ପ୍ରାଣାୟମ କରିବା ଇତ୍ୟାଦି ଉପରେ ପ୍ରାଧାନ୍ୟ ଦେଉଛନ୍ତି। ବିଶେଷଜ୍ଞଙ୍କ ମତରେ ଓଜନ ଥରେ ବଢ଼ିଲେ, ପରବର୍ତ୍ତୀ ସମୟରେ ନିୟନ୍ତ୍ରଣରେ ଆଣିବା କଷ୍ଟକର ବ୍ୟାପାର ଅଟେ।
-ଓଜନ ବଢ଼ିବାର ପ୍ରଥମ କାରଣ ହେଲା, ଅତ୍ୟଧିକ ପରିମାଣରେ ମାଦକ ଦ୍ରବ୍ୟ ସେବନ କରିବା। କାରଣ ନିଶାଗ୍ରସ୍ତ ରହିଲେ ଆମେ ଖାଇବାବେଳେ ଅନୁମାନ କରିପାରିନଥାଉ, ଅଧିକ ପରିମାଣରେ ଅନେକ ସମୟରେ ଭୋଜନ କରୁ। ମଦ୍ୟପାନ କଲେ ଆମ ଯକୃତ ଠିକ୍ ଭାବେ କାମ କରିନଥାଏ ଓ ଶରୀରରେ କୋଲଷ୍ଟୋରେଲ୍‌ର ପରିମାଣ ବୃଦ୍ଧି ପାଏ। ଏହି ବଦଭ୍ୟାସ ହେବା ପରେ ଆମ ପେଟ ମଧ୍ୟ ବୃଦ୍ଧି ପାଇଥାଏ। ଏଣୁ ବେଳହୁଁ ନିଜ ମଦ୍ୟପାନରେ ନିୟନ୍ତ୍ରଣ କରିବାର ଅଭ୍ୟାସ କରିବା ଉଚିତ।
-ଡାଏଟ୍ ଚାର୍ଟ ପ୍ରସ୍ତୁତ କରିବା ସମୟରେ କେତୋଟି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ। ପନିପରିବା ଓ ଦୁଗ୍ଧଜାତ ଦ୍ରବ୍ୟ ପ୍ରତ୍ୟହ ଖାଇବା ସ୍ବାସ୍ଥ୍ୟ ପାଇଁ ହିତକାରୀ । ଏସବୁ ଭୋଜନ କରିବା ସହ ପ୍ରାଣାୟମ, ଯୋଗ, ପ୍ରାତଃଭ୍ରମଣ କିମ୍ବା ଅନ୍ୟ କୌଣସି ଶାରୀରିକ ପରିଶ୍ରମ କଲେ ଜଣେ ବ୍ୟକ୍ତି ନିଜକୁ ଫିଟ୍ ରଖିପାରିବ।
-ଭୋଜନ କରିବା ସମୟରେ ଟିଭି ଦେଖିବା, ପତ୍ରିକା ପଢ଼ିବା, ଅନ୍ୟ କାହା ସହ କଥା ହେବା କିମ୍ବା ଫୋନ୍‌‌ରେ ବାର୍ତ୍ତାଳାପ କରିବା ଇତ୍ୟାଦି ଅଭ୍ୟାସଠାରୁ ଦୂରେଇ ରୁହନ୍ତୁ। ଏପରି କରୁଥିଲେ ଆପଣ ଭୋଜନରେ ସନ୍ତୁଷ୍ଟି ପାଇପାରିବେନାହିଁ। ବିଶେଷଜ୍ଞଙ୍କ ମତରେ ​ଭୋଜନ କରିବା ସମୟରେ ଅନ୍ୟ କାମ ନ କରିବା ହିଁ ମୂଳମନ୍ତ୍ର।

Hot this week

ଭେଣ୍ଟିଲେଟରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆ

ଢାକା: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ବେଗମ ଖାଲେଦା ଜିଆଙ୍କ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ...

ମେସିଙ୍କୁ ଦେଖିବା ପାଇଁ ଏୟାରପୋର୍ଟରେ ଅସମ୍ଭାଳ ଭିଡ; ଦେଖନ୍ତୁ ଭିଡ଼ିଓ

ସମାଜ ଡିଜିଟାଲ ଡେସ୍କ: ତିନି ଦିନିଆ ଭାରତ ଗସ୍ତରେ ଆସି କଲକାତା...

ଜନଗଣନା ପାଇଁ ୧୧,୭୧୮ କୋଟି ଟଙ୍କା ମଞ୍ଜୁର

ନୂଆଦିଲ୍ଲୀ: ଭାରତର ଜନଗଣନା ୨୦୨୭ ପାଇଁ ୧୧,୭୧୮. ୨୪ କୋଟି ଟଙ୍କାର...

ଇଣ୍ଡିଗୋରେ ପୁଣି ସଂକଟ; ୧୬୦ ବିମାନ ବାତିଲ

ନୂଆଦିଲ୍ଲୀ: ବିମାନ ପରିଚାଳନା ବ୍ୟବସ୍ଥା ସ୍ବାଭାବିକ ହେବା ନେଇ ଘରୋଇ ଏୟାରଲାଇନ୍ସ...

ଭାରତରେ ଲିଓନେଲ୍‌ ମେସି

ସମାଜ ଡିଜିଟାଲ ଡେସ୍କ: ଭାରତରେ କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସି...

Related Articles

Popular Categories