www.samajalive.in
Saturday, December 13, 2025
14.1 C
Bhubaneswar

ଦବଙ୍ଗ-୩କୁ ନେଇ ଚର୍ଚ୍ଚା : ପରଦାକୁ ଆସିବ ୨୦ରେ

ଡିସେମ୍ବର ୨୦ରେ ସର୍ବଭାରତୀୟସ୍ତରରେ ସୁଲତାନ୍ ସଲମାନ୍ ଖାନ୍ ଅଭିନୀତ ଦବଙ୍ଗ-୩ ମୁକ୍ତିଲାଭ କରିବାକୁ ଯାଉଛି। ମୁଖ୍ୟ ଭୂମିକାରେ ସଲମାନ୍, ସୋନାକ୍ଷୀ ସିହ୍ନା, ଅରବାଜ୍ ଖାନ୍ ଓ ନବାଗତା ସାଇ ମଞ୍ଜରେକର୍‌ ଅଭିନୟ କରିଛନ୍ତି। ନିକଟରେ ଏକ ସାକ୍ଷାତକାର୍‌ରେ ଅଭିନେତ୍ରୀ ସୋନାକ୍ଷୀ କହିଛନ୍ତି, ଦବଙ୍ଗ-୩ର କାହାଣୀ ଅଧିକ ଦମ୍‌ଦାର୍। ନବାଗତା ସାଇଙ୍କ ବାବଦରେ ତାଙ୍କ ମତ ହେଲା, ଏ ସମ୍ପର୍କରେ ସଲମାନ୍ ଭଲ ଉତ୍ତର ଦେଇପାରିବେ। କାରଣ ସଲମାନ୍‌‌ ହିଁ ସାଇଙ୍କୁ ଏହି ଚଳଚ୍ଚିତ୍ର ଜରିଆରେ ବଲିଉଡରେ ଏଣ୍ଟ୍ରି କରାଉଛନ୍ତି। ଅନ୍ୟପାଖେ ସଲମାନ୍ କହିଛନ୍ତି ଘନିଷ୍ଠ ବନ୍ଧୁ ନିର୍ଦେଶକ ତଥା ଅଭିନେତା ସଞ୍ଜୟ ମଞ୍ଜରେକର୍୍‌ଙ୍କ ଝିଅ ହେଉଛନ୍ତି ସାଇ। ସାଇଙ୍କ ଅଭିନୟକୁ ଦର୍ଶକ ମହଲ ନିଶ୍ଚୟ ପସନ୍ଦ କରିବ ବୋଲି ତାଙ୍କ ଆଶା। ସବୁଠୁ ଗୁରୁତ୍ବପୂର୍ଣ୍ଣ ତଥା ରୋଚକ ତଥ୍ୟ ହେଉଛି ଦବଙ୍ଗ-୩ ମୁକ୍ତିଲାଭ କରିନଥିବାବେଳେ ଦବଙ୍ଗ-୪ର କାହାଣୀ ପ୍ରସ୍ତୁତ ହୋଇସାରିଲାଣି।

Hot this week

ଭେଣ୍ଟିଲେଟରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆ

ଢାକା: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ବେଗମ ଖାଲେଦା ଜିଆଙ୍କ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ...

ମେସିଙ୍କୁ ଦେଖିବା ପାଇଁ ଏୟାରପୋର୍ଟରେ ଅସମ୍ଭାଳ ଭିଡ; ଦେଖନ୍ତୁ ଭିଡ଼ିଓ

ସମାଜ ଡିଜିଟାଲ ଡେସ୍କ: ତିନି ଦିନିଆ ଭାରତ ଗସ୍ତରେ ଆସି କଲକାତା...

ଜନଗଣନା ପାଇଁ ୧୧,୭୧୮ କୋଟି ଟଙ୍କା ମଞ୍ଜୁର

ନୂଆଦିଲ୍ଲୀ: ଭାରତର ଜନଗଣନା ୨୦୨୭ ପାଇଁ ୧୧,୭୧୮. ୨୪ କୋଟି ଟଙ୍କାର...

ଇଣ୍ଡିଗୋରେ ପୁଣି ସଂକଟ; ୧୬୦ ବିମାନ ବାତିଲ

ନୂଆଦିଲ୍ଲୀ: ବିମାନ ପରିଚାଳନା ବ୍ୟବସ୍ଥା ସ୍ବାଭାବିକ ହେବା ନେଇ ଘରୋଇ ଏୟାରଲାଇନ୍ସ...

ଭାରତରେ ଲିଓନେଲ୍‌ ମେସି

ସମାଜ ଡିଜିଟାଲ ଡେସ୍କ: ଭାରତରେ କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସି...

Related Articles

Popular Categories