www.samajalive.in
Wednesday, December 10, 2025
18.1 C
Bhubaneswar

ହାଇଦ୍ରାବାଦ ପ୍ରାଣୀ ଚିକିତ୍ସିକା ଦୁଷ୍କର୍ମ ଓ ହତ୍ୟା ମାମଲା: ୪ ଅଭିଯୁକ୍ତ ପୁଲିସ ଏନକାଉଣ୍ଟରରେ ମୃତ

ହାଇଦ୍ରାବାଦ : ସାରା ଦେଶରେ ଉଦବେଗର ବିଷୟ ପାଲଟିଥିବା ହାଇଦରାବାଦ ପ୍ରାଣୀ ଚିକିତ୍ସିକା ‘ଦିଶା’ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଅଭିଯୁକ୍ତଙ୍କର ପୁଲିସ ଏନକାଉଣ୍ଟରରେ ମୃତ୍ୟୁ ଘଟିଛି । ପୁଲିସ ୪ ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ନେଇ ତଦନ୍ତ କରୁଥିବା ବେଳେ ସେମାନେ ଫେରାର ହେବାକୁ ଉଦ୍ୟମ କରିବାରୁ ପୁଲିସ ଏନକାଉଣ୍ଟର କରିଥିବା ଜଣାପଡିଛି।

ଜାତୀୟ ରାଜପଥ-୪୪ର ଚେତନାପାଲୀ ଓଭରବ୍ରିଜ ନିକଟରେ ଏହି ଏନକାଉଣ୍ଟର ଘଟିଛି। ଏହି ଓଭରବ୍ରିଜ ତଳେ ସେମାନେ ପ୍ରାଣୀ ଚିକିତ୍ସିକାଙ୍କୁ ପୋଡି ମାରିଥିଲେ। ପ୍ରାଣୀ ଚିକିତ୍ସିକାଙ୍କୁ ଗଣଦୁଷ୍କର୍ମ ପରେ ଅଭିଯୁକ୍ତମାନେ ତାଙ୍କୁ ଏଠାକୁ ଆଣି ଜାଳି ଦେଇଥିଲେ। ପୁଲିସ ସେମାନଙ୍କୁ ଏହି ସ୍ଥାନକୁ ନେଇ ତଦନ୍ତ କରିବାକୁ ଯାଇଥିଲା। ତେବେ ସେମାନେ ପୁଲିସ ହାତରୁ ଖସି ଯିବାକୁ ଉଦ୍ୟମ କରିଥିଲେ। ପୁଲିସ ବାଧ୍ୟ ହୋଇ ସେମାନଙ୍କୁ ଏନକାଉଣ୍ଟର କରିଥିଲା। ଘଟଣାସ୍ଥଳରେ ୪ ଅଭିଯୁକ୍ତଙ୍କ ମୃତ୍ୟୁ ଘଟିଥିବା ପୁଲିସ କମିସନର ସ୍ପଷ୍ଟ କରିଛନ୍ତି।

- Advertisement -

ସୂଚନାଯୋଗ୍ୟ, ଗତ ୨୭ ତାରିଖ ରାତି ୯ଟା ୨୦ରେ ଅଭିଯୁକ୍ତମାନେ ଡାକ୍ତରାଣୀଙ୍କୁ ସ୍କୁଟର ଚକ ମରାମତି କରିବାରେ ସାହାଯ୍ୟ କରିବାକୁ ପ୍ରଲୋଭିତ କରିଥିଲେ। ପରେ ତାଙ୍କୁ ମଦ ପିଆଇ ତାଙ୍କ ସହ ଦୁଷ୍କର୍ମ କରିବା ପରେ ସାଢ଼େ ୧୦ଟାବେଳକୁ ତାଙ୍କୁ ପୋଡ଼ି ମାରିଦେଇଥିଲେ। ଇଟା ବୋଝେଇ ଟ୍ରକ୍‌ କର୍ମଚାରୀ ଆରିଫ ଓ ଶିବା ଏହି ଘଟଣାର ସୂତ୍ରଧର ବୋଲି ଜଣାପଡିଥିଳା । ସ୍କୁଟର ପଙ୍କଚର ହୋଇଯିବା ପରେ ଡାକ୍ତରାଣୀ ତାଙ୍କ ଭଉଣୀଙ୍କ ସହିତ ଫୋନ୍‌ରେ କଥା ହୋଇଥିଲେ। କଥା ସରିବା ପରେ ଦୁର୍ବୃତ୍ତମାନେ ତାଙ୍କୁ ନିକଟସ୍ଥ ଏକ କାନ୍ଥ ନିକଟକୁ ଟେକି ନେଇ ବଳାତ୍କାର କରିଥିଲେ। ୯ଟା ୪୫ବେଳକୁ ଡାକ୍ତରାଣୀଙ୍କ ଫୋନ୍‌ ବନ୍ଦ କରିଦେଇଥିଲେ। ପରେ ୧୦ଟା ୨୦ ସୁଦ୍ଧା ସେମାନେ ତାଙ୍କୁ ହତ୍ୟା କରିଥିଲେ। ୧୦ଟା ୨୮ରେ ତାଙ୍କ ମୃତଦେହକୁ ନିଜ ଗାଡ଼ିରେ ରଖି ପଳାଇଥିଲେ। ଅପରପକ୍ଷରେ ଆରିଫ ଓ ନବୀନ ଡାକ୍ତରାଣୀଙ୍କ ଗାଡ଼ିକୁ ନିକଟସ୍ଥ କୋଠୁର ଗ୍ରାମକୁ ନେଇ ଏହାର ନମ୍ବର ପ୍ଲେଟ୍‌ ଖୋଲି ଛାଡ଼ି ପଳାଇଥିଲେ। ମୃତଦେହ ନେଇ ଯାଇଥିବା ଅନ୍ୟ ଦୁଇ ଜଣ ବାଟରେ ପେଟ୍ରୋଲ ଖୋଜିଥିଲେ ମଧ୍ୟ ପାଇ ନ ଥିଲେ। ରାତି ପ୍ରାୟ ୨ଟା ୩୦ ସୁଦ୍ଧା ସେମାନେ ଚେତନପାଲୀରେ ମୃତଦେହକୁ ଏକ ପୋଲ ନିକଟରେ ପୋଡ଼ିଦେଇଥିଲେ। ପରେ ସେମାନେ ହାଇଦ୍ରାବାଦ ଫେରି ଅଟ୍ଟାପୁରଠାରେ ଟ୍ରକ୍‌ରୁ ଇଟା ଖଲାସ କରି ଫେରାର ହୋଇଯାଇଥିଲେ।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories