www.samajalive.in
Sunday, December 14, 2025
26.1 C
Bhubaneswar

ମଧ୍ୟପ୍ରଦେଶ ରେୱାରେ ସଡ଼କ ଦୁର୍ଘଟଣା – ୯ ମୃତ

ରେୱା: ମଧ୍ୟପ୍ରଦେଶର ରେୱା ଜିଲ୍ଲାରେ ଗୁରୁବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ୬ ମାସର ଶିଶୁ ସହ ୯ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୧୦ଜଣ ଗୁରୁତର ଆହତ ହୋଇଛନ୍ତି। ସିଦ୍ଧିକୁ ଯାଉଥିବା ଏହି ବସ୍‍ ରେୱାଠାରୁ ୨୫ କିଲୋମିଟର ଦୂର ଗୁଧ ନିକଟରେ ଭୋର ୬ଟା ୩୦ ମିନିଟରେ ଏକ ଟ୍ରକ୍‍କୁ ପଛପଟୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି। ଆହତମାନଙ୍କୁ ଜିଲ୍ଲା ହସ୍‍ପିଟାଲରେ ଭର୍ତ୍ତି କରାଯାଇଛି। ସମ୍ପୃକ୍ତ ଟ୍ରକ ଡ୍ରାଇଭର ଜଣକ ସକାଳୁ ଟ୍ରକକୁ ରାସ୍ତା କଡରେ ରଖି ନିତ୍ୟକର୍ମ ପାଇଁ ଯାଇଥିଲେ ବୋଲି ଜଣାପଡିଛି।

କୁହୁଡି ଯୋଗୁ ସେହି ଅଂଚଳରେ ବାରମ୍ବାର ଦୁର୍ଘଟଣା ହେଉଥିବା ରେୱା ରେଞ୍ଜ ପୁଲିସ ଆଇଜି ଚଞ୍ଚଲ ଶେଖର କହିଛନ୍ତି। ଘଟଣାସ୍ଥଳରୁ ବସ ଡ୍ରାଇଭର ଚମ୍ପଟ ମାରିଛି। ଦୁର୍ଘଟଣାରେ ଆହତମାନେ କହିଛନ୍ତି, ଡ୍ରାଇଭର ଜଣକ ଅଧିକ ସ୍ପିଡ଼ରେ ବସ ଚଳାଉ ଥିଲେ। ମୃତକମାନଙ୍କ ମଧ୍ୟରେ ଜଣେ ୬ ମାସର ଶିଶୁ ଓ ୩ ଜଣ ମହିଳା ଅଛନ୍ତି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories