ଖାର୍ତୁମ୍ : ସୁଦାନର ରାଜଧାନୀ ଖାର୍ତୁମ ନିକଟରେ ଥିବା ଚାଇନା ମାଟି କାରଖାନାରେ ମଙ୍ଗଳବାର ବିସ୍ଫୋରଣ ଘଟିଥିବା ଜଣାପଡିଛି। ଏହି ବିସ୍ପୋରଣରେ ୨୩ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବାବେଳେ ୧୩୦ରୁ ଅଧିକ ଆହତ ହୋଇଛନ୍ତି। ଗୁରୁତରମାନଙ୍କୁ ଉଦ୍ଧାର କରାଯାଇ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ଭାରତୀୟ ଥିବା ସୂଚନା ମିଳିଛି। ମୃତକଙ୍କ ସଂଖ୍ୟା ବୃଦ୍ଧି ହେବାର ଅନୁମାନ କରାଯାଉଛି।
ଗ୍ୟାସ୍ ଟାଙ୍କି ବିସ୍ପୋରଣ ହୋଇ ଏହି ଦୁର୍ଘଟଣା ଘଟିଥିଲା। ଏଥିରୁ ରକ୍ଷା ପାଇବାପାଇଁ ନିକଟରେ କୌଣସି ଆବଶ୍ୟକ ସାମଗ୍ରୀ ନଥିବା ସୂଚନା ମିଳିଛି।
ସୁଦାନରେ ଥିବା ଚାଇନା ମାଟି କାରଖାନାରେ ବିସ୍ଫୋରଣ : ଭାରତୀୟଙ୍କ ସମେତ ୨୩ ଶ୍ରମିକଙ୍କ ମୃତ୍ୟୁ, ୧୩୦ରୁ ଅଧିକ ଆହତ
Popular Categories



