www.samajalive.in
Sunday, December 14, 2025
14.1 C
Bhubaneswar

ଭିଜିଲାନ୍ସ ଜାଲରେ କିରାଣି

କେନ୍ଦୁଝର/ହାଟଡ଼ିହି: ଜଣେ ଶିକ୍ଷକଙ୍କ ବକେୟା ଦରମା ଏବଂ ବକେୟା ବିଲ୍‍ କରିବାକୁ ୫ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ହାଟଡିହି ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ୟ୍ୟାଳୟର ଜଣେ କିରାଣୀ ଭିଜିଲାନ୍ସ ହାତରେ ଧରାପଡି ଜେଲ ଯିବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି। ଭିଜିଲାନ୍ସ ବିଭାଗ ଏହି କିରାଣିଙ୍କ ପୈତୃକ ବାସଭବନ ସମେତ ଅନ୍ୟ ଏକ ସ୍ଥାନରେ ଚଢଉ କରିଥିବା ସୂଚନା ମିଳିଛି।
ବର୍ତ୍ତମାନ ହାଟଡିହି ବ୍ଲକର କୁଶଟିକିରି ନୋଡାଲ ପ୍ରାଥମିକ ବିଦ୍ୟାଳୟରେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଭାବେ କାର୍ୟ୍ୟରତ ବେଣୁଧର ସାହୁ ତାଙ୍କର
୨୦୧୬ ଓ ୨୦୧୭ ବର୍ଷର ବକେୟା ଦରମା ସମ୍ପର୍କରେ ବିଲ୍‍ କରିବାକୁ ହାଟଡିହି ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ୟ୍ୟାଳୟର ମୁଖ୍ୟକିରାଣୀ ଓ ଆକାଉଣ୍ଟାଣ୍ଟ ଭାବେ କାମ କରୁଥିବା ପ୍ରଦୀପକୁମାର ସାହୁଙ୍କୁ ଅନୁରୋଧ କରିଥିଲେ। ସଂପୃକ୍ତ କିରାଣି ଉପରୋକ୍ତ ବିଲ୍‍ କରିବା ପାଇଁ ୧୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏସମ୍ପର୍କରେ ଶିକ୍ଷକ ଜଣକ କେନ୍ଦୁଝର ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଏହି ଚଢଉରେ କେନ୍ଦୁଝର ଭିଜିଲାନ୍ସ ଡିଏସ୍‍ପି ଦେବଦତ୍ତ ସେଠ, ଇନ୍ସପେକ୍ଟର ପ୍ରଭୁକଲ୍ୟାଣ ଆଚାର୍ୟ୍ୟ,ହେମାମାଳିନୀ ନାୟକ, ବାରିପଦା ଭିଜିଲାନ୍ସ ଇନ୍ସପେକ୍ଟର ଉମାଶଙ୍କର ନାଏକ ପ୍ରମୁଖ ସହଯୋଗ କରିଥିଲେ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories