BJD Bijuli 480×75 Mob

ପୁରୀ ଗଣଦୁଷ୍କର୍ମ ପୀଡିତାଙ୍କୁ ନ୍ୟାୟ ଦାବୀରେ ଛାତ୍ର କଂଗ୍ରେସର ବିକ୍ଷୋଭ

BJD Bijuli 480×75 Mob

ଭୁବନେଶ୍ୱର  : ଅଖିଳ ଭାରତୀୟ ଛାତ୍ର କଂଗ୍ରେସ ରାଷ୍ଟ୍ରୀୟ ସାଧାରଣ ସଂପାଦକ ଶ୍ରୀ ରାଜୀବ ପଟ୍ଟନାୟକଙ୍କ ନେତୃତ୍ୱରେ ପୁରୀ ଗଣଦୁଷ୍କର୍ମ ପୀଡିତାଙ୍କୁ ନ୍ୟାୟ ଏବଂ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିବା ପାଇଁ ଆଜି ଦିନ ୧୨ଟା ସମୟରେ ଏକ ମୋଟର ସାଇକେଲ ରାଲି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରୁ ବାହାରି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଡକୁ ବାହାରିଥିଲେ।  ଶିଶୁଭବନ ଛକଠାରେ ପୁଲିଲିସ ଶ୍ରୀ ପଟ୍ଟନାୟକ ଏବଂ ଏଥିରେ ଅଂଶଗ୍ରହଣ କରିଥିବା ଛାତ୍ର ଓ ଯୁବକଂଗ୍ରେସ ନେତୃବର୍ଗଙ୍କୁ ଅଟକାଇ ଥିଲା। ସେଠାରେ ଛାତ୍ର କଂଗ୍ରେସ ନେତା ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପୋଲିସ ଆନ୍ଦୋଳନରତ ଛାତ୍ର ଓ ଯୁବ କଂଗ୍ରେସ ନେତା ଓ କର୍ମୀମାନଙ୍କୁ ଗିରଫ କରିଥିଲେ।

ଆନ୍ଦୋଳନର ନେତୃତ୍ୱ ନେଇଥିବା ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ୨୦ ବର୍ଷର ନବୀନ ଶାସନରେ ମହିଳାମାନେ ଅସୁରକ୍ଷିତ ଓ ଅତ୍ୟାଚାରିତ। ଦୁଷ୍କର୍ମକାରୀମାନେ ହେଉଛନ୍ତି ପୁଲିସ। ଯେଉଁମାନେ ମହିଳାଙ୍କୁ ସୁରକ୍ଷା ଦେବାକଥା। ନବୀନ ଶାସନରେ ବାଡ ଫସଲ ଖାଇବା ଉଦାହରଣ ଜଳଜଳ ହେଇ ଦିଶୁଛି। ନିକଟରେ ସ୍ମିତାରାଣୀଙ୍କୁ ମାରିଥିବା ଆସାମୀମାନଙ୍କୁ ଘଣ୍ଟ ଘୋଉଡାଉଥିବା ରାଜ୍ୟ ସରକାର ପୁଣି ପୁରୀ ଗଣଦୁଷ୍କର୍ମକାରୀଙ୍କୁ ଉପଯୁକ୍ତ ଦଣ୍ଡ ଦେବାକୁ ପଛଘୁଞ୍ଚା ଦେଉଛନ୍ତି। ଏହାକୁ ନେଇ ଛାତ୍ର କଂଗ୍ରେସ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଇଛି। ଯଦି ପୀଡିତାଙ୍କୁ ନ୍ୟାୟ ଓ ଦୁଷ୍କର୍ମକାରୀଙ୍କ ଉପଯୁକ୍ତ ଦଣ୍ଡ ଦିଆନଯାଏ ତେବେ ଛାତ୍ର କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବା ସହିତ ମୁଖ୍ୟମନ୍ତ୍ରୀଙ୍କୁ ଅଣ୍ଡାମାଡ କରିବାକୁ ପଛଘୁଞ୍ଚା ଦେବନାହିଁ ବୋଲି କହିଛି।

ଏହି କାର୍ଯ୍ୟକ୍ରମରେ ବିଧାୟକ ସୁରେଶ କୁମାର ରାଉତରାୟ, ଭୁବନେଶ୍ୱର ଯୁବ କଂଗ୍ରେସ ସଭାପତି ରଂଜିତ୍‍ ପାତ୍ର, ଛାତ୍ର କଂଗ୍ରେସ ରାଜ୍ୟ ସଂଯୋଜକ ୟାସିର ନୱାଜ, ଯୁବନେତା ବିଭୁଦତ ରଥ, ପ୍ରସନ୍ନ ମାର୍ଥା, ଅଜୟ ସାହୁ, ଗୋପନ ମାର୍ଥା, ସ୍ୱାଗତ କର, ବିରଂଚି ବାରିକ, ବାଦଲ ମହାନ୍ତି, ଦୁର୍ଗା ମହାଲା, ଫାରୁକ୍‍ ଖାନ, ବାବୁ ଜେନା, ରମାକାନ୍ତ ସାହୁ, ପିଂଟୁ ରାଉତଙ୍କ ସମେତ ଶତାଧିକ ଛାତ୍ର ଓ ଯୁବ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ।

 

 

Comments are closed.