www.samajalive.in
Sunday, December 14, 2025
26.1 C
Bhubaneswar

ପରିବର୍ଦ୍ଧିତ ମିଶନ ଇନ୍ଦ୍ରଧନୁଷ-୨.୦ର ଶୁଭାରମ୍ଭ : ୨୭ଟି ରାଜ୍ୟର ୨୭୨ଟି ଜିଲ୍ଲା ଚାଲିବ ଟିକାଦାନ

ନୂଆଦିଲ୍ଲୀ/ଭୁବନେଶ୍ବର :  ପରିବର୍ଦ୍ଧିତ ମିଶନ ଇନ୍ଦ୍ରଧନୁଷ-୨.୦ କାର୍ଯ୍ୟକ୍ରମ ସୋମବାରଠାରୁ ଦେଶବ୍ୟାପୀ ଶୁଭାରମ୍ଭ ହୋଇଛି। ଜନ୍ମରୁ ଦୁଇ ବର୍ଷ ପର୍ଯ୍ୟନ୍ତ ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ବିଭିନ୍ନ ରୋଗରୁ ରକ୍ଷା କରିବା ଲାଗି ଟୀକାକରଣ କରିବା ହେଉଛି ସରକାରଙ୍କର ଏହି ଧ୍ୱଜାଧାରୀ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ଏହି ଯୋଜନା ଅଧୀନରେ ଡିପ୍‍ଥେରିଆ, ଲହରା କାଶ, ଟିଟାନସ୍‍, ଯକ୍ଷ୍ମା, ମିଳିମିଳା, ହେପାଟାଇଟିସ୍‍-ବି, ମିନିଙ୍ଗ୍‍ଜିଟିସ୍‍ ଏବଂ ପୋଲିଓମାଇଲିଟିସ୍‍ ଭଳି ରୋଗରୁ ରକ୍ଷା ପାଇବା ଲାଗି ଟୀକା ଦିଆଯିବ। ଦେଶର କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଜାପାନିଜ୍‍ ଏନ୍‍ସେଫାଲାଇଟିସ୍‍ ଓ ହେମୋଫାଇଲସ୍‍ ଭଳି ରୋଗ ଦାଉରୁ ରକ୍ଷା ପାଇବା ଲାଗି ମଧ୍ୟ ଟୀକାକରଣ କରାଯିବ।

ଦେଶର ୨୭ଟି ରାଜ୍ୟର ୨୭୨ଟି ଜିଲ୍ଲାରେ ଏହି ଯୋଜନା ଅଧୀନରେ ସଂପୂର୍ଣ୍ଣ ଟୀକାକରଣ କରିବାକୁ ସରକାରଙ୍କ ପକ୍ଷରୁ ଲକ୍ଷ୍ୟ
ରଖାଯାଇଛି । ପରିବର୍ଦ୍ଧିତ ମିଶନ ଇନ୍ଦ୍ରଧନୁଷ-୨.୦ ଆଜିଠାରୁ ଆରମ୍ଭ ହୋଇ ୨୦୨୦ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଚାଲିବ। ୨୦୧୭ ମସିହା ଅକ୍ଟୋବର ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରିବର୍ଦ୍ଧିତ ମିଶନ ଇନ୍ଦ୍ରଧନୁଷର ଶୁଭାରମ୍ଭ କରିଥିଲେ।

- Advertisement -
Image Source : patrika.com

ସେହିପରି ପରିବର୍ଦ୍ଧିତ ମିଶନ ଇନ୍ଦ୍ରଧନୁଷ-୨.୦ ଆଜିଠାରୁ ରାଜ୍ୟରେ ଆରମ୍ଭ ହୋଇଛି । ଢେଙ୍କାନାଳ ଜିଲ୍ଲାରେ ଏହି ପ୍ରକଳ୍ପର ଶୁଭାରମ୍ଭ ହୋଇଛି। ଢ଼େଙ୍କାନାଳ ସହରସ୍ଥିତ କାଠଗଡ଼ା ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଟୀକାଦାନ କରାଯାଇ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ୪ଟି ପର୍ଯ୍ୟାୟରେ ଏହି କାର୍ଯ୍ୟକ୍ରମ ଅଧୀନରେ କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, କନ୍ଧମାଳ ଓ ଢେଙ୍କାନାଳ ଜିଲ୍ଲାରେ ଗର୍ଭବତୀ ମହିଳା ଓ ଜନ୍ମରୁ ୨ ବର୍ଷର ଶିଶୁଙ୍କୁ ଟୀକା ପ୍ରଦାନ କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆଜିଠାରୁ ପ୍ରଥମ ପର୍ଯ୍ୟାୟ, ଆସନ୍ତାମାସ ୬ ତାରିଖ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ, ଫେବୃୟାରୀ ୩ ତାରିଖରୁ ତୃତୀୟ ପର୍ଯ୍ୟାୟ ଓ ମାର୍ଚ୍ଚ ୨ ତାରିଖରୁ ଚତୁର୍ଥ ପର୍ଯ୍ୟାୟ ଟୀକାକରଣ କରାଯିବ ବୋଲି ଜଣାପଡ଼ିଛି । ୭ ଦିନର କାର୍ଯ୍ୟଦିବସରେ ଅଙ୍ଗନବାଡ଼ି କେନ୍ଦ୍ର ସମେତ ସରକାରୀ କାର୍ଯ୍ୟାଳୟ ଓ ଡାକ୍ତରଖାନାରେ ଏହି ଟୀକା ଦିଆଯିବ। ରାଜ୍ୟର ୧୦ ହଜାର ୩୮୪ ଜଣ ଶିଶୁ ଓ ୨ ହଜାର ୪୩୭ ଜଣ ଗର୍ଭବତୀ ମହିଳାଙ୍କୁ ଏହି କାର୍ଯ୍ୟକ୍ରମ ଅଧୀନରେ ଟୀକାପ୍ରଦାନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories