ବରଗଡ଼ : ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଶୁଭସ୍ତମ୍ଭ ସ୍ଥାପନ ହୋଇଛି। ହାଟପଦା ସଞ୍ଚାର ପଡିଆରେ ରବିବାର ସନ୍ଧ୍ୟାରେ ଜିଲାପାଳ ଧନୁଯାତ୍ରାର ଶୁଭସ୍ତମ୍ଭ ସ୍ଥାପନ କରିଛନ୍ତି।
ଡିସେମ୍ବର ୩୧ରୁ ଜାନୁଆରୀ ୧୦ ପର୍ୟ୍ୟନ୍ତ ଏହି ଧନୁଯାତ୍ରା ଚାଲିବ। ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରା ପାଇଁ ଗତକାଲି ବରଗଡ଼ ଜିଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା। ୧୧ଦିନ ଧରି ଏହି ଧନୁଯାତ୍ରା ଆୟୋଜିତା ହେବାନେଇ ବୈଠକରେ ନିଷ୍ପତ୍ତି ହୋଇଥିଲା।
ଧନୁଯାତ୍ରାର ଶୁଭସ୍ତମ୍ଭ ସ୍ଥାପନ : ଡିସେମ୍ବର ୩୧ରୁ ବରଗଡ଼ ଧନୁଯାତ୍ରା
Popular Categories



