www.samajalive.in
Saturday, December 13, 2025
14.1 C
Bhubaneswar

ସଂସଦରେ କ୍ଷମା ମାଗିଲେ ପ୍ରଜ୍ଞା ଠାକୁର

ନୂଆଦିଲ୍ଲୀ: ଗାନ୍ଧିଜୀଙ୍କ ହତ୍ୟାକାରୀ ନାଥୁରାମ ଗୋଡ୍‌ସେଙ୍କୁ ଦେଶଭକ୍ତ କହି ବିବାଦ ଘେରକୁ ଆସିଥିବା ଭୋପାଳର ବିଜେପି ସାଂସଦ ପ୍ରଜ୍ଞା ସିଂହ ଠାକୁର ଶୁକ୍ରବାର ସଂସଦରେ କ୍ଷମା ପ୍ରାର୍ଥନା କରିଛନ୍ତି। ପ୍ରଜ୍ଞା କହିଛନ୍ତି, ତାଙ୍କ ମନ୍ତବ୍ୟଙ୍କୁ ତ୍ରୁଟିପୂର୍ଣ୍ଣ ଭାବେ ଉପସ୍ଥାପନ କରାଯାଇଛି। ସେ ମହାତ୍ମା ଗାନ୍ଧୀଙ୍କୁ ସମ୍ମାନ କରନ୍ତି। ଯଦି ତାଙ୍କ ମନ୍ତବ୍ୟ କାହାକୁ ଆଘାତ ଦେଇଥାଏ, ତେବେ ଏଥିପାଇଁ ସେ ଦୁଃଖୀତ ବୋଲି କହିଛନ୍ତି। ଏହା ପରେ ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନାମ ନ ନେଇ ଲୋକସଭାର ଜଣେ ସଦସ୍ୟ ତାଙ୍କୁ ସର୍ବସାଧାରଣରେ ଆତଙ୍କବାଦୀ କହିଛନ୍ତି, ଯାହା ଅନୁଚିତ ଏବଂ ବେଆଇନ ବୋଲି ପ୍ରଜ୍ଞା କହିଥିଲେ। ସେ ଆହୁରି କହିଛନ୍ତି, ଯେଉଁ ସମୟରେ ଉପା ସରକାରର ଶାସନ ଥିଲା, ସେ ସମୟରେ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରାଯାଇ ତାଙ୍କୁ ଜେଲ ପଠାଯାଇଥିଲା। ପରେ ତାଙ୍କୁ ଆତଙ୍କବାଦୀ ସଜାଇବାକୁ ଜୋରଦାର ପ୍ରୟାସ ହୋଇଥିଲା। କିନ୍ତୁ କୋର୍ଟ ତାଙ୍କୁ ଦୋଷମୁକ୍ତ କରିଛନ୍ତି। ବିନା ପ୍ରମାଣରେ ତାଙ୍କୁ ଆତଙ୍କବାଦୀ କୁହାଯିବା ବେଆଇନ ବୋଲି ପ୍ରଜ୍ଞା କହିଥିଲେ।

ସୂଚନାଯୋଗ୍ୟ, ପ୍ରଜ୍ଞା ଲୋକସଭାରେ ଏସପିଜି ସଂଶୋଧନ ବିଲ ଉପରେ ଆଲୋଚନା ସମୟରେ ଗୋଡସେଙ୍କୁ ଦେଶଭକ୍ତ ବୋଲି କହିଥିଲେ। ଏହାକୁ ନେଇ ଗୃହରେ ହଙ୍ଗାମା ହୋଇଥିଲା। ପରେ ରାହୁଲ ଟ୍ବିଟ୍‌ କରି ଆତଙ୍କବାଦୀ ପ୍ରଜ୍ଞା ଗାନ୍ଧିଜୀଙ୍କ ହତ୍ୟାକାରୀ ଆତଙ୍କବାଦୀ ଗୋଡ୍‌ସେଙ୍କୁ ଦେଶଭକ୍ତ କହୁଛନ୍ତି ବୋଲି ଉଲ୍ଲେଖ କରିଥିଲେ।

Hot this week

ଜାନୁଆରୀ ୩୦ରୁ ଅନଶନରେ ବସିବେ ଆନ୍ନା

ମୁମ୍ବଇ: ବିଶିଷ୍ଟ ଗାନ୍ଧୀବାଦୀ ନେତା ତଥା ସମାଜସେବୀ ଆନ୍ନା ହଜାରେ ଜାନୁଆରୀ...

“ବଳଦଙ୍କୁ ଖାଇଗଲା ବୋଲି, ବାଘକୁ ବିଷ ଦେଇ ମାରିଦେଲି”

ବଣାଇ : ତିନି ବଳଦ ଜଙ୍ଗଲକୁ ଚରିବାକୁ ଯାଇ ଆଉ ଫେରି...

ଭେଣ୍ଟିଲେଟରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆ

ଢାକା: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ବେଗମ ଖାଲେଦା ଜିଆଙ୍କ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ...

ମେସିଙ୍କୁ ଦେଖିବା ପାଇଁ ଏୟାରପୋର୍ଟରେ ଅସମ୍ଭାଳ ଭିଡ; ଦେଖନ୍ତୁ ଭିଡ଼ିଓ

ସମାଜ ଡିଜିଟାଲ ଡେସ୍କ: ତିନି ଦିନିଆ ଭାରତ ଗସ୍ତରେ ଆସି କଲକାତା...

ଜନଗଣନା ପାଇଁ ୧୧,୭୧୮ କୋଟି ଟଙ୍କା ମଞ୍ଜୁର

ନୂଆଦିଲ୍ଲୀ: ଭାରତର ଜନଗଣନା ୨୦୨୭ ପାଇଁ ୧୧,୭୧୮. ୨୪ କୋଟି ଟଙ୍କାର...

Related Articles

Popular Categories