www.samajalive.in
Sunday, December 14, 2025
26.1 C
Bhubaneswar

ପାରାଦ୍ୱୀପ ବନ୍ଦରକୁ ୧୦୮୦କୋଟି ଛାଡ଼

ନୂଆଦିଲ୍ଲୀ  : ୧୯୬୭ରୁ ୨୦୦୨ ମଧ୍ୟରେ କେନ୍ଦ୍ର ସରକାରଙ୍କ ଠାରୁ ବିଭିନ୍ନ ଯୋଜନାରେ ପାରାଦ୍ୱୀପ ବନ୍ଦର କର୍ତ୍ତୃପକ୍ଷ ଆଣିଥିବା ଋଣ ଉପରୁ ଏକ ହଜାର କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଜୋରିମାନା ସୁଧ (ପେନାଲ୍‌ଟି ଇଣ୍ଟରେଷ୍ଟ) ଛାଡ଼ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଅର୍ଥନୈତିକ ବ୍ୟାପାର କମିଟି ବୈଠକରେ ଏହି ଜୋରିମାନା ସୁଧ ଛାଡ଼ ନିଷ୍ପତି ନିଆଯାଇଛି। କ୍ୟାବିନେଟର ନିଷ୍ପତି ଅନୁଯାୟୀ, ଗତ ୨୦୧୭ ମାର୍ଚ୍ଚ ସୁଦ୍ଧା ଜୋରିମାନା ସୁଧ ଦେୟ ବାବଦ ୧୦୭୯.୫୬ କୋଟି ସମେତ ଋଣ ଛାଡ଼ ଅନୁମୋଦନ ପର୍ଯ୍ୟନ୍ତ ପରବର୍ତ୍ତୀ ସମୟର ଜୋରିମାନା ସୁଧ ଛାଡ଼ କରାଯିବ। ପାରାଦ୍ୱୀପ ବନ୍ଦରର ଆର୍ଥିକ ସ୍ଥିତି ସୁଧାରିବା ଲାଗି କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଏହାବ୍ୟତୀତ ବକେୟା ମୂଳ ବାବଦ ୩୮୭.୭୪ କୋଟି ଟଙ୍କା ଋଣକୁ ବନ୍ଦର କର୍ତ୍ତୃପକ୍ଷ ଦୁଇଟି କିସ୍ତିରେ ଫେରାଇବେ। ୨୦୧୮-୧୯ ଏବଂ ୨୦୧୯-୨୦ ଆର୍ଥିକ ବର୍ଷରେ ବକେୟା ମୂଳରାଶିକୁ ବନ୍ଦର କର୍ତ୍ତୃପକ୍ଷ ପରିଶୋଧ କରିବେ। ସେହିପରି ଋଣଛାଡ଼ ଅନୁମୋଦନ ପର୍ଯ୍ୟନ୍ତ ସମୂଳ ସୁଧର ୦.୨୫ ପ୍ରତିଶତ ଜୋରିମାନା ସୁଧ ଭାବେ ବନ୍ଦର କର୍ତ୍ତୃପକ୍ଷଙ୍କୁ ପୈଠ କରିବାକୁ ପଡିବ।
ପୂର୍ବରୁ ଗତ ୧୯୬୭-୨୦୦୨ ମଧ୍ୟରେ ବିଭିନ୍ନ ଭିତ୍ତିଭୂମି ବିକାଶ ଯୋଜନାରେ ପାରାଦ୍ୱୀପ ବନ୍ଦର କେନ୍ଦ୍ର ସରକାରଙ୍କ ଠାରୁ ୬୪୨.୬୯ କୋଟି ଟଙ୍କା ଋଣ ଆକାରରେ ନେଇଥିଲା। କୋଡ଼ିଏ ବର୍ଷ ମଧ୍ୟରେ ସୁଧ ସହ ମୂଳ ପରିଶୋଧ କରିବା ପାଇଁ ଚୁକ୍ତି ଥିଲା। ପଣ୍ୟ ଅଭାବରୁ ୧୯୮୭-୮୮ରେ ପାରାଦ୍ୱୀପ ବନ୍ଦରର ଆର୍ଥିକ ଅବସ୍ଥା ଦୋହଲି ଯାଇଥିଲା। ଅର୍ଥାଭାବରୁ ବନ୍ଦର କର୍ତ୍ତୃପକ୍ଷ ଠିକଣା ସମୟରେ କେନ୍ଦ୍ରୀୟ ଋଣ ପରିଶୋଧ କରିପାରି ନଥିଲେ। ୨୦୧୮-୧୯ ଆର୍ଥିକ ବର୍ଷରେ ବିଭିନ୍ନ ଯୋଜନାରେ ବନ୍ଦରର ବିକାଶ ଏବଂ କର୍ମଚାରୀଙ୍କ ପେନ୍‌ସନ୍‌ ବାବଦକୁ ପାରାଦ୍ୱୀପ ବନ୍ଦର ଲାଗି ୬,୬୯୫ କୋଟି ଟଙ୍କାର ଆବଶ୍ୟକତା ରହିଛି। ଏଭଳିସ୍ଥଳେ ବନ୍ଦର କର୍ତ୍ତୃପକ୍ଷ ଋଣର ମୂଳ, ସୁଧ ଏବଂ ଜୋରିମାନା ସୁଧ ବାବଦକୁ ସମୁଦାୟ ୧୭୪୩.୬୯ କୋଟି ଟଙ୍କା ଫେରସ୍ତ କରିପାରିବେନାହିଁ ବୋଲି କେନ୍ଦ୍ର ସରକାର ହୃଦୟଙ୍ଗମ କରିଥିଲେ।

Hot this week

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

Related Articles

Popular Categories