www.samajalive.in
Monday, December 8, 2025
24.1 C
Bhubaneswar

୨ ମହିଳାଙ୍କ ସହ ସଂସ୍କୃତି ମନ୍ତ୍ରୀଙ୍କ ହାଇଦ୍ରାବାଦ ଗସ୍ତକୁ ନେଇ ବିଧାନସଭାରେ ହୋ ହାଲ୍ଲା: ୩ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର : ଦୁଇ ମହିଳାଙ୍କ ସହ ସଂସ୍କୃତି ମନ୍ତ୍ରୀଙ୍କ ହାଇଦ୍ରାବାଦ ଗସ୍ତକୁ ନେଇ ଗୁରୁବାର ବିଧାନସଭାରେ ପ୍ରବଳ ହଟ୍ଟଗୋଳ ଦେଖାଦେଇଛି। ଫଳରେ ଅପରାହ୍ନ ୩ଟା ଯାଏଁ ଗୃହ ମୁଲତବୀ ରହିଛି। ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ସହ ସରକାରୀ ଖର୍ଚ୍ଚରେ ହାଇଦ୍ରାବାଦ ଯାଇଥିବା ଦୁଇ ମହିଳା କିଏ ବୋଲି ଗୃହରେ ବିରୋଧୀ ପ୍ରଶ୍ନ ଉଠାଇଥିଲେ। ସରକାରୀ ଟଙ୍କାରେ ଦୁଇ ମହିଳାଙ୍କୁ କିଭଳି ମନ୍ତ୍ରୀ ହାଇଦ୍ରାବାଦ ଗସ୍ତରେ ନେଇଥିଲେ, ସେ ନେଇ ଜବାବ ଦିଅନ୍ତୁ ବୋଲି ବିରୋଧୀ ଦାବି କରିଛନ୍ତି।
ସୂଚନାଯୋଗ୍ୟ, ‘ଟୁରିଜିମ୍ ରୋଡ୍ ଶୋ’ରେ ଯୋଗ ଦେବା ପାଇଁ ଗତ ଅକ୍ଟୋବର ୪ ତାରିଖରେ ମନ୍ତ୍ରୀ ନିଜର ବ୍ୟକ୍ତିଗତ ଅତିଥି ଭାବେ ଦୁଇଜଣ ମହିଳାଙ୍କୁ ନିଜ ସହ ବିମାନରେ ହାଇଦ୍ରାବାଦ ନେଇଥିଲେ। ମହିଳାଙ୍କ ସହ ମନ୍ତ୍ରୀଙ୍କ କିଛି ଫଟୋ ଓ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି। ଆଜି ଶୂନ୍ୟକାଳରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଏହି ପ୍ରସଙ୍ଗ ଉଠାଇ ମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଥିଲେ। କେଉଁ ଅଧିକାରରେ ସରକାରୀ ଖର୍ଚ୍ଚରେ ୨ ମହିଳା ଅତିଥିଙ୍କୁ ନେଇ ବୁଲିବାକୁ ଯାଇଥିଲେ, ଏ ବିଷୟରେ ମନ୍ତ୍ରୀ ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ସେ କହିଥିଲେ । ଅପରପକ୍ଷେ ମନ୍ତ୍ରୀ ନିଜ ପଦର ଅପବ୍ୟବହାର କରିଥିବାରୁ ମୁଖ୍ୟମନ୍ତ୍ରୀ ତାଙ୍କୁ ମନ୍ତ୍ରୀ ପଦରୁ ବରଖାସ୍ତ କରନ୍ତୁ ବୋଲି କଂଗ୍ରେସ ଦାବି କରିଛି। ଅନ୍ୟପକ୍ଷରେ ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ସେ କିଛି ଭୁଲ୍‌ କରିନାହାନ୍ତି ବୋଲି ମନ୍ତ୍ରୀ ପାଣିଗ୍ରାହୀ କହିଛନ୍ତି।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories