ମୃତ ବ୍ୟକ୍ତିଙ୍କ ନାମରେ ବାର୍ ଲାଇସେନ୍ସ, ଗିରଫ ହେଲେ ଅବକାରୀ ଏସଆଇ

କେନ୍ଦ୍ରାପଡା: ମୃତ ବ୍ୟକ୍ତିଙ୍କ ନାମରେ ବାର୍ ଲାଇସେନ୍ସ ମାମଲାରେ କେନ୍ଦ୍ରାପଡା ପୁଲିସ କେନ୍ଦ୍ରାପଡା ଅପକାରୀ ଏସଆଇ ପୂର୍ଣ୍ଣେନ୍ଦୁ ରାଉତଙ୍କୁ ଗିରଫ କରିଛି। ମୃତ ବ୍ୟକ୍ତିଙ୍କୁ ଜୀବିତ ଦର୍ଶାଇ ବାର୍‍ ଲାଇଲେନ୍ସ କରାଯାଇଥିବା ଅଭିଯୋଗ ହୋଇଥିଲା।

prayash

ଏଠାରେ ସୂଚନାଯୋଗ୍ୟ କେନ୍ଦ୍ରାପଡା ଗୋପ ବାର୍‍ ଲାଇସେନ୍ସ ମୃତ ବ୍ୟକ୍ତିଙ୍କ ନାମରେ ଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାର ତଦନ୍ତ ଭାର ନେଇଥିଲେ କେନ୍ଦ୍ରାପଡା ଅବକାରୀ ଏସଆଇ ପୂର୍ଣ୍ଣେନ୍ଦୁ ରାଉତ। ତଦନ୍ତ କରି ଲାଇସେନ୍ସ ନବୀକରଣ ସମକ୍ଷରେ ରପୋର୍ଟ ଦେଇଥିଲେ ପୂର୍ଣ୍ଣେନ୍ଦୁ। ତାଙ୍କ ରିପୋର୍ଟ ମାଧ୍ୟମରେ ବାରକୁ ଲାଇସେନ୍ସ ମିଳିଥିଲା। ଏହି ଘଟଣାକୁ ନେଇ ହୋଇଥିବା ଅଭିଯୋଗକୁ ଆଧାର କରି ଅବକାରୀ ଏସଆଇ ପୂର୍ଣ୍ଣେନ୍ଦୁ ରାଉତଙ୍କୁ ପୁଲିସ ଗିରଫ କରିଛି।

kalyan agarbati

Comments are closed.