www.samajalive.in
Saturday, December 13, 2025
26.1 C
Bhubaneswar

ଜାମ୍ମୁ-କାଶ୍ମୀର : ଏନ୍‍କାଉଣ୍ଟର ଅଞ୍ଚଳକୁ ପ୍ରବେଶ ନ କରିବା ଲାଗି ପୁଲିସ୍‍ ପକ୍ଷରୁ ପରାମର୍ଶ

ଶ୍ରୀନଗର : ଜାମ୍ମୁ-କାଶ୍ମୀରର ଏନ୍‍କାଉଣ୍ଟର ଅଞ୍ଚଳଗୁଡ଼ିକ ମଧ୍ୟକୁ ପ୍ରବେଶ ନ କରିବା ଲାଗି ସ୍ଥାନୀୟ ପୁଲିସ୍‍ ପକ୍ଷରୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି । ଏନ୍‍କାଉଣ୍ଟର୍‍ ଅଞ୍ଚଳଗୁଡ଼ିକରେ ଅଫୁଟା ବିସ୍ଫୋରକ ସାମଗ୍ରୀର ଭୟାବହତାକୁ ଦୃଷ୍ଟିରେ ରଖି ପୁଲିସ୍‍ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ସମ୍ପୃକ୍ତ ଅଞ୍ଚଳଗୁଡ଼ିକରୁ ବିସ୍ଫୋରକ ସାମଗ୍ରୀ ସମ୍ପୂର୍ଣ୍ଣ ରୂପେ ପରିଷ୍କାର ନ ହେବା ପର୍ଯ୍ୟନ୍ତ
ଜନସାଧାରଣ ଏନେଇ ପୁଲିସ୍‍କୁ ସହଯୋଗ କରିବାପାଇଁ ଅନୁରୋଧ କରାଯାଇଛି । ପୁଲ୍‍ୱାମା ଜିଲ୍ଲାର ପଚାର ରାଜପୋରା ଅଞ୍ଚଳରେ ହୋଇଥିବା ଏନ୍‍କାଉଣ୍ଟରରେ ଦୁଇ ଜଣ ଆତଙ୍କବାଦୀ ନିହତ ହେବା ପରେ ପୁଲିସ୍‍ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories