ବ୍ରଜରାଜନଗର : ଝାରସୁଗୁଡ଼ା ସହରସ୍ଥିତ ରୋହିଦାସ ପଡ଼ାରେ ଜଣେ ମହିଳାଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ମହିଳା ଜଣଙ୍କ କନକ ରୋହିଦାସ (୩୫)। ଖବର ପାଇ ଝାରସୁଗୁଡ଼ା ପୁଲିସ ଏବଂ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୂଚନା ଯୋଗ୍ୟ, ମଙ୍ଗଳବାର ବିଳମ୍ବିତ ରାତିରେ ମହିଳାଙ୍କ ସ୍ୱାମୀ ଓ ଛୁଆ ଶୋଇଥିବା ସମୟରେ ସେ ବାହାରକୁ ବାହାରି ଆସିଥିଲେ। ସେହି ସମୟରେ କେହି ଜଣେ ତାଙ୍କୁ ଗୁଳି କରି ଫେରାର ହୋଇ ଯାଇଥିଲେ। ମହିଳା ଜଣଙ୍କ ବହୁ ସମୟ ଧରି ଘରକୁ ନ ଫେରିବାରୁ ତାଙ୍କ ସ୍ୱାମୀ ତାଙ୍କୁ ଖୋଜିବାକୁ ଆସି ମହିଳାଙ୍କ ମହିଳାଙ୍କ ମୃତ୍ୟୁ ହୋଇଥିବା ଜାଣି ଥାନାରେ ଅଭିଯୋଗ କରିଥିଲେ। ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି।
Popular Categories



