ଭୁବନେଶ୍ଵର: ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛି ବିଜେପି। ମହାରଥୀ ୧୦୦ କୋଟି ଟଙ୍କା ମୂଲ୍ୟର ସରକାରୀ ଜମି ହଡ଼ପ କରିଛନ୍ତି ବୋଲି ବିଜେପି ପକ୍ଷରୁ ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରାଯାଇଛି। ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି, ମହାରଥୀ ହୁଙ୍କେଇପୁର ଫାର୍ମ ହାଉସ ନିକଟ ମୌଜାରେ ଜମି ହଡ଼ପ କରିଛନ୍ତି। ସେଗୁଡ଼ିକ ମଧ୍ୟରେ ପୋଡ଼ାଗୁଣ, ପାଣିଦୋଳ ମୌଜାର ସରକାରୀ ଜମି ହଡ଼ପ କରାଯାଇଛି। ମହାପାତ୍ର ହଡ଼ପ ହୋଇଥିବା ଜମିର ଖାତା ନମ୍ବର ସହିତ ପୂର୍ଣ୍ଣ ତଥ୍ୟ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥାପନ କରିଥିଲେ। ୨୦୧୫ରେ ଏ ନେଇ ଯୁଧିଷ୍ଠିର ସାମନ୍ତରାୟ ହାଇକୋର୍ଟ ଯାଇଥିଲେ। ୨୦୧୬ରେ ହାଇକୋର୍ଟ ଜିଲାପାଳଙ୍କ ପାଖକୁ ଯିବା ପାଇଁ କହିଥିଲେ। ବିଜେପିର ଅଭିଯୋଗ ସମ୍ପର୍କରେ ମହାରଥୀ ଗଣମାଧ୍ୟମରେ କହିଛନ୍ତି ଯେ, ବିଜେପି ଯାହା ଅଭିଯୋଗ ଆଣିଛି ଆଣୁ, ସେକଥା ସରକାର ବୁଝିବେ।



