www.samajalive.in
Friday, December 12, 2025
15.1 C
Bhubaneswar

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ; ୨ମୃତ , ୨ଗୁରୁତର

ବାଲିଗୁଡ଼ା : ବାଲିଗୁଡା ଅଞ୍ଚଳ ବ୍ରାହ୍ଣଣୀଗାଁ କଡମ୍ବା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ଜଣ ଗୁରୁତର ହୋଇଛନ୍ତି। ମୃତକ ଦୁଇ ଜଣ ହେଲେ ବ୍ରାହ୍ମଣୀଗାଁ ଥାନା କୁମ୍ଭାରିଗାଁ ପଞ୍ଚାୟତ ରାଜନଗଡ଼ ଗ୍ରାମର ପାଉଲ ଶବର ଏବଂ ଗଜପତି ଜିଲା ମୋହନା ବ୍ଲକ ଦନିଗାଁ ଗ୍ରାମର କଲେଜ ଛାତ୍ର ଅର୍ଜୁନ ମନ୍ତ୍ରୀ। ସେହିପରି ଗୁରୁତର ଆହତ ହୋଇଥିବା ଦୁଇଜଣ ହେଲେ ଦନିଗାଁର କଲେଜ ଛାତ୍ର ନରେନ୍ଦ୍ର ନାୟକ ଏବଂ ଗୋବରକୁଟି ଗ୍ରାମର ସୀମାଞ୍ଚଳ ନାୟକ । ଗୁରୁତର ଆହତ ମାନଙ୍କୁ ପ୍ରଥମେ ବ୍ରାହ୍ମଣୀଗାଁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁଯାୟୀ,  ଅର୍ଜୁନ ଏବଂ ତାଙ୍କ ସହପାଠୀ ନରେନ୍ଦ୍ର ନାୟକ ବାଇକରେ କଲେଜରୁ ନିଜ ଗ୍ରାମ ଗଜପତି ଜିଲା ଦନିଗାଁକୁ ଫେରୁଥିବା ସମୟରେ ବିପରୀତ ଦିଗରୁ ଅନ୍ୟ ଏକ ବାଇକରେ ପାଉଲ ଏବଂ ସୀମାଞ୍ଚଳ ନିଜ ଗ୍ରାମକୁ ଫେରୁଥିଲେ। ଏହି ସମୟରେ ଗଜପତି ଏବଂ କନ୍ଧମାଳ ସୀମାବର୍ତ୍ତୀ କଡ଼ମ୍ବା ଘାଟିରେ ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଖବର ପାଇ ବ୍ରାହ୍ମଣୀଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇଟି ବାଇକ ଜବତ କରିବା ସହ ଦୁଇଟି ମୃତଦେହ ଜବତ କରିଛି।  ଏନେଇ ଥାନାରେ ୯୮/୧୯ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ତଦନ୍ତକାରୀ ଅଧିକାରୀ ସଂଗ୍ରାମ ଜେନା କହିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories