ଟିଟିଲାଗଡ: ଟିଟିଲାଗଡ ବ୍ଲକ ଅନ୍ତର୍ଗତ ଗୁଲମି ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ବଦଳି ଦାବି କରି ଅଭିଭାବକ ଏବଂ ଗ୍ରାମବାସୀ ବିଦ୍ୟାଳୟରେ ତାଲା ପକାଇଛନ୍ତି। ତାଙ୍କ ବଦଳି ଦାବିରେ ଅଭିଭାବକ ଓ ଛାତ୍ରଛାତ୍ର ବିଦ୍ୟାଳୟ ଫାଟକରେ ତାଲା ପକାଇ ଧାରଣାରେ ବସିଥିଲେ। ସୂଚନାଯୋଗ୍ୟ, ପୁର୍ବରୁ ଅନେକ ଥର ଏହି ବିଷୟରେ ଟିଟିଲାଗଡ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଲିଖିତ ଭାବରେ ଜଣାଇବା ପରେ ମଧ୍ୟ ଅଣଶୁଣା କରୁଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ପ୍ରଧାନ ଶିକ୍ଷକଙ୍କ ନାମରେ ବିଭିନ୍ନ ଅନିୟମିତତା ଅଭିଯୋଗ ରହିବା ସତ୍ତ୍ବେ ୨୨ ବର୍ଷ ଧରି ସେ ଏଠାରେ କାର୍ଯ୍ୟ କରୁଥିଲେ। ତାଙ୍କର ବଦଳି ହେଉନଥିଲା ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପ୍ରାୟ ୪ ଘଣ୍ଟା ଏହି ଏହି ଧାରଣା ପ୍ରତ୍ୟାହୃତ ହୋଇଥିଲା।



