www.samajalive.in
Sunday, December 14, 2025
26.1 C
Bhubaneswar

ରାଜସ୍ଥାନରେ ଦୁଇ ମିନିବସ୍‌ ମୁହାମୁହିଁ ଧକ୍କା, ୧୧ ମୃତ

ଜୟପୁର: ରାଜସ୍ଥାନର ନାଗୋର ଅଞ୍ଚଳରେ ଶନିବାର ଭୋର ସମୟରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟି ୧୧ ଜଣଙ୍କ ମୃତ୍ୟୁ ଘଟିଛି। ଭୋର ପ୍ରାୟ ୩ଟାରେ ଦୁଇଟି ମିନିବସ୍‌ ଭାରସାମ୍ୟ ହରାଇବା ପରେ ପରସ୍ପର ସହିତ ମୁହାଁମୁହିଁ ଧକ୍କା ହୋଇଥିଲେ। ଏହି ଦୁର୍ଘଟଣାରେ ଅନ୍ୟ ୧୨ ଜଣ ଆହତ ହୋଇଛନ୍ତି। ଏକ ମିନିବସ୍‌ ଯାଉଥିବାବେଳେ ତା’ ସାମ୍ନାକୁ ଗୋଟିଏ ଷଣ୍ଢ ଚାଲିଆସିଥିଲା, ଯେଉଁଥିପାଇଁ ଏହି ଦୁର୍ଘଟଣା ଘଟିଲା ବୋଲି କୁହାଯାଉଛି। ଦୁର୍ଘଟଣାରେ ଆହତ ଲୋକମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସେମାନଙ୍କୁ ପ୍ରଶାସନ ପକ୍ଷରୁ ଉନ୍ନତ ଚିକିତ୍ସା ପାଇଁ ଜୟପୁର ସ୍ଥାନାନ୍ତର କରାଯାଇଛି। ଜଣେ ଅଧିକାରୀ କହିଛନ୍ତି, ରାତି ସମୟରେ ରାସ୍ତା ଶୂନଶାନ ଥିବାରୁ ବସ୍‌ ଦୁଇଟି ଦ୍ରୁତଗତିରେ ଯାତାୟାତ କରୁଥିଲେ। ଏହି ସମୟରେ ରାସ୍ତା ମଝିକୁ ଏକ ଷଣ୍ଢ ଚାଲିଆସିଥିଲା। ଫଳରେ ଏକ ମିନିବସର ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ଏହି ଦୁର୍ଘଟଣା ଘଟିଥିଲା।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories