ଭୁବନେଶ୍ବର: କାଦୁଅ ଫିଙ୍ଗି ଜଣେ ବୃଦ୍ଧଙ୍କ ଠାରୁ ୪୦ ହଜାର ଲୁଟି ନେଇଥିବା ଅଭିଯୋଗ ହୋଇଛି। କନ୍ଧମାଳ ଜିଲା ଘୁ.ଉଦୟଗିରି ସହରରେ ଏଭଳି ଏକ ଅଭିନବ ଉପାୟରେ ଲୁଟ୍ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ବୃଦ୍ଧ ଜଣଙ୍କ ଏକ ବ୍ୟାଙ୍କରୁ ୫୦ ହଜାର ଟଙ୍କା ଉଠାଇ ନିକଟସ୍ଥ ହୋମିଓ କ୍ଲିନିକକୁ ଯାଉଥିଲେ। ଏହି ସମୟରେ କେହି ଦୁର୍ବୃତ୍ତ ତାଙ୍କ ଉପରକୁ କାଦୁଅ ଫିଙ୍ଗିଥିଲେ। ସାର୍ଟରେ କାଦୁଅ ପଡିଲା ପରେ ବୃଦ୍ଧ ଜଣଙ୍କ ବ୍ୟସ୍ତ ହୋଇ କ୍ଳିନିକର ଏକ ବେଞ୍ଚ ଉପରେ ଟଙ୍କା ବ୍ୟାଗଟିକୁ ରଖି ଦେଇ ଧୋଇ ହେବାକୁ ପଳାଇ ଥିଲେ। ଫେରିକି ଦେଖିଲା ବେଳକୁ ବ୍ୟାଗରେ ୧୦୦ ଟଙ୍କିଆ ୫ଟି ବଣ୍ଡଲରୁ ଗୋଟିଏ ଥିଲା ଓ ଅନ୍ୟ ଚାରିଟି ନଥିଲା। ଅର୍ଥାତ ଚାଳିଶି ହଜାର ଟଙ୍କା ଲୁଟ୍ ହୋଇ ସାରିଥିଲା। ଏନେଇ ସେ ଘୁ.ଉଦୟଗିରି ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
Popular Categories



