www.samajalive.in
Sunday, December 14, 2025
26.1 C
Bhubaneswar

ବିପୁଳ ପରିମାଣର ବିଦେଶୀ ମଦ ଜବତ, ୨ ଗିରଫ

ଠାକୁରମୁଣ୍ଡା: ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଅବକାରୀ ଥାନା ଅନ୍ତର୍ଗତ ଠାକୁରମୁଣ୍ଡା ବଜାର ଓ ଚମ୍ପାଝର ଛକ ଅଞ୍ଚଳରୁ ଶୁକ୍ରବାର ସକାଳେ ଅବକାରୀ ବିଭାଗ ଦ୍ୱାରା ବିପୁଳ ପରିମାଣର ଚୋରା ବିଦେଶୀ ମଦ ଜବତ ହୋଇଛି। ଘଟଣା ସହ ସଂପୃକ୍ତି ଥିବା ଅଭିଯୋଗରେ ୨ ଜଣ ବ୍ୟବସାୟୀଙ୍କୁ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଛି।

ପ୍ରକାଶ ଯେ, ଚୋରା ମଦ ବିକ୍ରି ହେଉଥିବା ଖବର ପାଇ କଟକ ଅବକାରୀ ଫ୍ଲାଇଙ୍ଗ ସ୍କ୍ବାର୍ଡ ଠାକୁରମୁଣ୍ଡା ଅବକାରୀ ଥାନା କର୍ମଚାରୀଙ୍କ ସହାୟତାରେ ମଙ୍ଗଳବାର ଭୋରରୁ ଠାକୁରମୁଣ୍ଡା ନିକଟ ଚମ୍ପାଝର ବଜାର ଅଞ୍ଚଳରେ ବିଦେଶୀ ମଦ ବିକ୍ରି କରୁଥିବା ଘର ଉପରେ ଚଢ଼ାଉ କରିଥିଲେ। ସେଠାରୁ ୪୩ ଲିଟର ୮୦୦ ଗ୍ରାମ ବିୟର ଓ ୫୭ ଲିଟର ବିଭିନ୍ନ ବ୍ରାଣ୍ଡର ମଦ ବୋତଲକୁ ଜବତ ହୋଇଥିଲା। ଏହି ଘଟଣାରେ ଚମ୍ପାଝର ଗ୍ରାମର ମଦ ବ୍ୟବସାୟୀ ରତ୍ନାକର ସାହୁ ଗିରଫ ହୋଇଛନ୍ତି। ସେହିପରି ଠାକୁରମୁଣ୍ଡା ବଜାରର ଏକ ଦୋକାନ ଉପରେ ଚଢ଼ାଉ କରି ୧୯ ଲିଟର ବିୟର ଓ ୨୦ ଲିଟର ବିଦେଶୀ ମଦ ବୋତଲକୁ ଜବତ କରି ଅବକାରୀ ବିଭାଗ ରାକେଶ କୁମାର ସାହୁଙ୍କୁ ଗିରଫ କରିଛି। ଜବତ ମଦର ମୂଲ୍ୟ ପ୍ରାୟ ୫୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ କହିଛି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories