www.samajalive.in
Saturday, December 6, 2025
26.1 C
Bhubaneswar

ଶିକ୍ଷୟିତ୍ରୀଙ୍କୁ ଜାତୀୟ ସ୍ତରୀୟ ଟ୍ରେନର ରୂପେ ସ୍ୱୀକୃତି

ଯାଜପୁର : ଯାଜପୁର ଜିଲା ସୁଲପୁର ବ୍ଲକ ଅନ୍ତର୍ଗତ ହରିପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ତଥା ଇକୋକ୍ଲବ ଇନଚାର୍ଜ ଗାୟତ୍ରୀ ନାୟକଙ୍କୁ ଭାରତ ସରକାରଙ୍କ ପରିବେଶ, ଗଙ୍ଗଲ ଓ ଜଳବାୟୁ ପରିବର୍ତନ ନିର୍ଦ୍ଦେଶାଳୟର ତରଫରୁ ନୂଆ ଦିଲ୍ଲୀସ୍ଥିତ ଇନ୍ଦିରା ପର‌୍ୟାବରଣ ଭବନର ବ୍ରହ୍ମପୁତ୍ର  ହଲରେ ଗତ ୧୮.୧୧.୨୦୧୯ ରିଖ ଓ ୧୯.୧୧.୨୦୧୯ ରିଖ ଦୁଇଦିନ ଦରି ଟ୍ରେନ ଦି ଟ୍ରେନର ୱାର୍କସପରେ ଜାତୀୟ ସ୍ତରୀୟ ଗ୍ଲୋବାଲ ଟ୍ରେନର ରୂପେ ସ୍ୱୀକୃତି ପ୍ରଦାନ କରାଯାଇଥିଲା । ନାସା ପ୍ରାୟୋଜିତ ଏହି କାର୍ୟ୍ୟକ୍ରମକୁ ଏନଏସଏଫ , ଏନଓଆରଏ, ଦ୍ୱୟ ସଂସ୍ଥା ସହାୟତା କରିଥିଲେ ।

ସୂଚନା ଅନୁଯାୟୀ, ଗାୟତ୍ରୀ ରସୁଲପୁର ବ୍ଲକ ନରସିଂହପୁର ପଞ୍ଚାୟତ ସ୍ଥିତ ହରିପୁର ଗ୍ରାମର ଅକ୍ଷୟ କୁମାର ନାୟକଙ୍କ କନ୍ୟା ଅଟନ୍ତି । ସାରା ଜୀବନ ଅବିବାହିତ ରହି ପେଶାରେ ଶିକ୍ଷକ ହେଲେ ବି ସମାଜରେ ସେବାମୂଳକ କାର୍ୟ୍ୟରେ ସେ ନିଜକୁ ନିୟୋଜିତ କରିଛନ୍ତି । ପରିବେଶ ସୁରକ୍ଷାକୁ ତାଙ୍କର ଜୀବନର ମହାମନ୍ତ୍ରରୂପେ ବାଛିଛନ୍ତି । ପୂର୍ବରୁ ତାଙ୍କର ପ୍ରଚେଷ୍ଠାରେ ହରିପୁର ପ୍ରାଥମିକ ବିଦ୍ୟାଳୟ ସୁନ୍ଦର ପରିବେଶ ପାଇଁ ସରକାରଙ୍କ ତରଫରୁ ମଧ୍ୟ ପୁରସ୍କୃତ ହୋଇସାରିଛି । ଓଡିଶାରୁ ଏହି ଗ୍ଲୋବାଲ କାର୍ୟ୍ୟକ୍ରମରେ ଯୋଗଦାନ କରିବା ସହ ତାଙ୍କର ପରିବେଶ ସୁରକ୍ଷା କାର୍ଯ୍ୟଧାରା ପାଇଁ କାର୍ଯ୍ୟକ୍ରମରେ ଉପସ୍ଥିତ ଆର୍ କେ ଗର୍ଗ, ପ୍ରଫେସର ଦେଶମୁଖ , ପ୍ରଫେସର ବିଶାନ୍ତ ଅଧିକ କିଛି ତାଲିମ ପ୍ରଦାନ କରିବା ସହ ଭାରତର ପରିବେଶ, ଗଙ୍ଗଲ ଓ ଜଳବାୟୁ ପରିବର୍ତନ ବିଭାଗୀୟ ମନ୍ତ୍ରୀଙ୍କ ତରଫରୁ ଯୁଗ୍ମ ସଂପାଦକ ଅରବିନ୍ଦ ନ୍ୟାତିଆଲ ଏବଂ ନିର୍ଦ୍ଦେଶକ ଡ. ଟୋନି , ଡ. ପି ମରଫେ, କୁମାରୀ ନାୟକଙ୍କୁ ପ୍ରମାଣ ପତ୍ର ସହ ଅନୁଷ୍ଠାନରେ ଯୋଗଦାନ କରିଥିବାରୁ ସ୍ୱାଗତ କରିଥିଲେ । ଶିକ୍ଷୟିତ୍ରୀ ଙ୍କ ଏହି ସଫଳତା ପାଇଁ ସମଗ୍ର ଯାଜପୁର ଜିଲ୍ଲା ସମେତ ଜୋନାଲ ଜିଲ୍ଲାସ୍ତରରେ ଆନନ୍ଦର ଲହରୀ ଖେଳି ଯାଇଛି । ଅନୁଷ୍ଠାନର ପୁରାତନ ଛାତ୍ର ଛାତ୍ରୀ, ଛାତ୍ର ଛାତ୍ରୀ ଙ୍କ ସମେତ, ରାଜ୍ୟପାଳ ପୁରସ୍କୃତ ପୂର୍ବତନ ପ୍ରଧାନ ଶିକ୍ଷକ ତଥା ଅନୁଷ୍ଟାନର ଉପେଦଷ୍ଠା ଅଜୟ କୁମାର ମହାନ୍ତି ,ନୂଆ ଆଲୋକ ସଂଗଠନର ନିର୍ଦ୍ଦେଶକ ଜନ୍ମେଜୟ ମହାନ୍ତି, ସଭାପତି ଶରତ କୁମାର ଜେନା ପ୍ରମୁଖ ସ୍ୱାଗତ ସଂବର୍ଦ୍ଧନା ଜଣାଇଛନ୍ତିା

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories