www.samajalive.in
Sunday, December 14, 2025
26.1 C
Bhubaneswar

ନାଳରେ ବୁଡି ବୃଦ୍ଧଙ୍କ ମୃତ୍ୟୁ

ପାଟଣା : କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ଚିନାମାଳିପଶି ଗ୍ରାମରେ ଜଣେ ବୁଦ୍ଧଙ୍କ ନାଳରେ ବୁଡି ମୃତ୍ୟୁ ଘଟିଛି। ମୃତ ବୃଦ୍ଧ ଜଣଙ୍କ ତଣ୍ଡିଆ ସାହିର  ଅର୍ଜୁନ ମହାନ୍ତ ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ,  ଗତକାଲି ସନ୍ଧ୍ୟାରେ ଅର୍ଜୁନ  ଧନୁର୍ଜୟପୁର ଗ୍ରାମରେ ରହୁଥିବା ତାଙ୍କ ଭଉଣୀ ଘରକୁ ଯାଇ ଫେରୁଥିବା ସମୟରେ କାଶିଆ ନାଳରେ ପଡି ମୃତ୍ୟୁ ବରଣ କରିଥିବା ଗୁରୁବାର ସକାଳୁ ଜଣାପଡିଛି। ଭଉଣୀ ଘରକୁ ଯାଇଥିବା ଅର୍ଜୁନ ମହାନ୍ତ ଘରକୁ ଫେରିବା ବିଳମ୍ବ ହେବାରୁ ଖୋଜାଖୋଜି ସମୟରେ ସେ କାଶିଆ ନାଳରେ ଭାସୁଥିବା ପରିବାରଲୋକେ ଦେଖିଥିଲେ। ଏହାପରେ ତାଙ୍କୁ ଉଦ୍ଧାର କରି ପାଟଣା ମେଡିକାଲ ନେଇଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଢେଙ୍କିକୋଟ ଫାଣ୍ଡି ଅଧିକାରୀ ସତ୍ୟନାରାୟଣ ପରିଡା  ଅପରାହ୍ନରେ ମୃତକଙ୍କ ଶବ ବ୍ୟବଚ୍ଛେଦ କରାଇ ତାଙ୍କ ପରିବାରକୁ ହସ୍ତାନ୍ତର କରିଛନ୍ତି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories