www.samajalive.in
Sunday, December 14, 2025
15.1 C
Bhubaneswar

ଧାନକିଣା ପ୍ରସଙ୍ଗରେ ଯୋଗାଣ ମନ୍ତ୍ରୀଙ୍କ ପ୍ରତିକ୍ରିୟା; କହିଲେ ଟୋକନ ବ୍ୟବସ୍ଥା ଅଛି, ଆଗକୁ ରହିବ

ଭୁବନେଶ୍ଵର: ଟୋକନ ବ୍ୟବସ୍ଥାରେ ଧାନ କିଣାକୁ ବିରୋଧ କରି ପଶ୍ଚିମ ଓଡ଼ିଶାରେ ଚାଷୀ ଆନ୍ଦୋଳନ ଦିନକୁ ଦିନ ବଢ଼ିବାରେ ଲାଗି। ଜିଲାପାଳଙ୍କ କାର୍ଯ୍ୟାଳୟ, ବିଧାୟକଙ୍କ କାର୍ଯ୍ୟାଳୟ ଆଗରେ ଧାନ ବସ୍ତା ଗଦାଇ ଚାଷୀମାନେ ପ୍ରତିବାଦ କରିବା ପରେ ବୁଧବାର ବରଗଡ଼ ଜିଲା ଅତାବିରା ଅଞ୍ଚଳରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। କିନ୍ତୁ ସରକାର ଚାଷୀଙ୍କ ଦାବିକୁ ଗ୍ରହଣ କରି ନାହାନ୍ତି। ଟୋକନ ବ୍ୟବସ୍ଥା ଅଛି ଏବଂ ଏହା ଆଗକୁ ମଧ୍ୟ ରହିବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି।

ମନ୍ତ୍ରୀ ସ୍ବାଇଁ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ କହିଛନ୍ତି, ଚାଷୀଙ୍କଠାରୁ ଧାନ କ୍ରୟ ପାଇଁ ପ୍ରଚଳିତ ଟୋକନ ବ୍ୟବସ୍ଥା ରହିଛି। ଆଗକୁ ମଧ୍ୟ ଏହି ବ୍ୟବସ୍ଥା ରହିବ। ଧାନ କିଣାରେ ସ୍ବଚ୍ଛତା ଆଣିବା ଲାଗି ଏଭଳି ଏକ ନୂଆ ବ୍ୟବସ୍ଥା ଲାଗୁ କରାଯାଇଛି। ଚାଷୀମାନେ ଏଥିରେ ସହଯୋଗ କରନ୍ତୁ। ସ୍ବଚ୍ଛ ଏବଂ ନିର୍ମଳ ଭାବେ ଧାନ କିଣାଯିବାର ବ୍ୟବସ୍ଥା କରାଯାଇଛି। ଏହି ବ୍ୟବସ୍ଥା ଜରିଆରେ ଚାଷୀମାନେ ସେମାନଙ୍କ ଧାନର ଉଚିତ୍‌ ମୂଲ୍ୟ ପାଇପାରିବେ। କୌଣସି ସ୍ଥାନରେ ଟୋକନ ବ୍ୟବସ୍ଥାକୁ ନେଇ ଅସୁବିଧା ଥିଲେ ଚାଷୀମାନେ ଅଭିଯୋଗ କରିପାରିବେ। ଚାଷୀଙ୍କ ପ୍ରସ୍ତାବକୁ ସରକାର ଗ୍ରହଣ କରି ଉନ୍ନତି କଥା ଚିନ୍ତା କରିବେ ବୋଲି ମନ୍ତ୍ରୀ କହିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories