www.samajalive.in
Friday, December 12, 2025
26.1 C
Bhubaneswar

ମାପ ଓଜନରେ ଠକୁଛନ୍ତି ସୁନା ଦୋକାନୀ, ୪୨ ଦୋକାନରେ ଚଢ଼ାଉ ହୋଇଛି: ମନ୍ତ୍ରୀ

ଭୁବନେଶ୍ଵର: ରାଜ୍ୟରେ ଗ୍ରାହକମାନଙ୍କୁ ସୁନା ଦୋକାନୀ ଠକୁଛନ୍ତି। ଗୋଟିଏ ପଟେ ସୁନା ମୂଲ୍ୟ ବୃଦ୍ଧି ଲୋକଙ୍କୁ ଚିନ୍ତାରେ ପକାଇଥିବାବେଳେ ଅନ୍ୟପଟେ ଦୋକାନୀମାନେ ଗ୍ରାହକଙ୍କୁ ମାପ ଓଜନରେ ଠକି ଲୁଟିବାରେ ଲାଗିଛନ୍ତି। ଖୋଦ ରାଜ୍ୟ ସରକାର ଏଭଳି ତଥ୍ୟ ପ୍ରଦାନ କରିଛନ୍ତି। ବୁଧବାର ବିଧାନସଭାରେ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସିଂହ ଏହି ସୂଚନା ଦେବା ସହିତ ସୁନା ଦୋକାନଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଚଢ଼ାଉ କରାଯାଉଥିବା କହିଛନ୍ତି।

ମନ୍ତ୍ରୀ କହିଛନ୍ତି, ସୁନା ଦୋକାନଗୁଡ଼ିକରେ ମାପ ଓଜନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଉଛି। ୨୦୧୮-୧୯ରେ ରାଜ୍ୟରେ ୩୧ଟି ଦୋକାନରେ ଚଢ଼ାଉ କରାଯାଇଥିବାବେଳେ ଚଳିତବର୍ଷ ବର୍ତ୍ତମାନ ପର୍ଯ୍ୟନ୍ତ ୧୧ ଦୋକାନରେ ଚଢ଼ାଉ ହୋଇଛି। ଦୋକାନୀ ସାରୁ ଭିତରେ ମାରୁ ଥିଲେ ନିଶ୍ଚିତ ଧରିବୁ ବୋଲି ମନ୍ତ୍ରୀ କହିଛନ୍ତି। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ତେବେ ମନ୍ତ୍ରୀଙ୍କ ସୂଚନା ପରେ ବାଚସ୍ପତି ତାଙ୍କୁ ଭୁବନେଶ୍ଵର ଏବଂ ବ୍ରହ୍ମପୁରରେ ଚଢ଼ାଉ କରିବାକୁ କହିଛନ୍ତି।

- Advertisement -

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ କହିଛନ୍ତି ଯେ, କେଉଁ କେଉଁ ସୁନା ଦୋକାନୀ କେତେ ଟଙ୍କା ଠକିଛନ୍ତି ଏବଂ ସେମାନଙ୍କଠାରୁ କେତେଟଙ୍କା ଜରିମାନା ଆଦାୟ ହୋଇଛି ତାହାର ତଥ୍ୟ ଦିଆଯାଉ। ଦୋକାନଗୁଡ଼ିକ ସମ୍ପର୍କରେ ତଥ୍ୟ ଦିଆଗଲେ ଗ୍ରାହକମାନେ ସଚେତନ ହୋଇ ସେଠାରୁ ସୁନା କିଣିବାକୁ ଇଚ୍ଛା ପ୍ରକାଶ କରିବେ ନାହିଁ ବୋଲି ନରସିଂହ କହିଥିଲେ। ସେହିପରି ବଡ଼ ଦୋକାନଗୁଡ଼ିକରେ ଚଢ଼ାଉ ହୋଇଛି ନା କେବଳ ଛୋଟ ମାଛକୁ ଧରିବାକୁ ଉଦ୍ୟମ ହେଉଛି ବୋଲି ସେ ପ୍ରଶ୍ନ କରିଥିଲେ।

Hot this week

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

Related Articles

Popular Categories