www.samajalive.in
Saturday, December 13, 2025
26.1 C
Bhubaneswar

ରିଲିଜ୍‍ ହେଲା ‘ତାନାଜୀ-ଦି ଅନ୍‍ସଙ୍ଗ୍‍ ୱାରିୟର୍‍’ର ଟ୍ରେଲର

ମୁମ୍ବଇ : ଅଜୟ ଦେବଗନଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ତାନାଜୀ-ଦି ଅନ୍‍ସଙ୍ଗ୍‍ ୱାରିୟର୍‍’ର ଟ୍ରେଲର ମଙ୍ଗଳବାର ରିଲିଜ୍‍ ହୋଇଛି। ତାନାଜୀ ମାଲୁସରେଙ୍କ ଜୀବନ କାହାଣୀ ଉପରେ ଆଧାରିତ ଏହି ଚଳଚ୍ଚିତ୍ର ଅଜୟଙ୍କ ସିନେ କ୍ୟାରିୟରର ୧୦୦ତମ ଚଳଚ୍ଚିତ୍ର। ଚଳଚ୍ଚିତ୍ରର ଏହି ଦମ୍‍ଦାର୍‍ ଟ୍ରେଲର ଦର୍ଶକଙ୍କୁ ଖୁବ୍‍ ପସନ୍ଦ ଆସିଛି। ସାମାଜିକ ଗଣମାଧ୍ୟମରେ ଲୋକେ ଟ୍ରେଲରର ବହୁତ ପ୍ରଶଂସା କରୁଛନ୍ତି।
ଟ୍ରେଲରରେ ଅଜୟ ଓ ସୈଫ୍‍ ଅଲ୍ଲୀ ଖାନଙ୍କୁ ଅଧିକ ଗୁରୁତ୍ୱ ଦିଆହୋଇଛି। ଅଜୟଙ୍କ ଅଭିନୟ ପ୍ରଶଂସାଯୋଗ୍ୟ ସତ ହେଲେ ତାଙ୍କ ଲୁକ୍‍ ନିରାଶାଜନକ ରହିଛି। ଅଜୟ ତାନାଜୀଙ୍କ ଲୁକ୍‍କୁ ଯଥାର୍ଥତା ଦେଇ ପାରି ନାହାନ୍ତି। ସେ ତାନାଜୀ କମ୍‍ ସିଂଘମ୍‍ ଅଧିକା ଲାଗୁଛନ୍ତି। ମାତ୍ର ସୈଫ୍‍ ଦର୍ଶକଙ୍କୁ ଚକିତ କରି ଦେଇଛନ୍ତି। ଉଦୟ ଭାନଙ୍କ ଭୂମିକାରେ ସୈଫ୍‍ଙ୍କ ଆକ୍ରମଣାତ୍ମକ ରୂପ ଲୋକଙ୍କୁ ଖୁବ୍‍ ପସନ୍ଦ ଆସିଛି। ତାଙ୍କ ଚମତ୍କାର ଅଭିନୟ ମଧ୍ୟ ଲୋକଙ୍କ ହୃଦୟକୁ ଛୁଇଁଛି। ଏହା କହିଲେ ଅତ୍ୟୁକ୍ତି ହେବ ନାହିଁ ଯେ, ସୈଫ୍‍ ଅଜୟଙ୍କ ଉପରେ ଭାରି ପଡ଼ିଛନ୍ତି। ଟ୍ରେଲରରେ କାଜୋଲଙ୍କ ଝଲକ୍‍ ମଧ୍ୟ ଦେଖିବାକୁ ମଳିଛି। ମରାଠୀ ଲୁକ୍‍ରେ ସେ ଖୁବ୍‍ ଆକର୍ଷଣୀୟ ଲାଗୁଛନ୍ତି। ‘ତାନାଜୀ’ ୧୦ ଜାନୁଆରୀ, ୨୦୨୦ରେ ମୁକ୍ତିଲାଭ କରିବ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories