www.samajalive.in
Saturday, December 13, 2025
21.1 C
Bhubaneswar

ବୋଲେରୋ ଚାପାରେ ସ୍କୁଲ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟଣା : ବିଜେପି ନେତାଙ୍କ ଆତ୍ମସମର୍ପଣ

ପାଟନା : ବିହାରର ମୁଜାଫରପୁର-ମିନାପୁର ୭୭ନଂ ଜାତୀୟ ରାଜପଥରେ ଏକ ବୋଲେରୋ ଚାପାରେ ୯ ସ୍କୁଲ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟଣାର ମୁଖ୍ୟ ଅଭିଯୁକ୍ତ ବିଜେପି ନେତା ମନୋଜ ବୈଠା ବୁଧବାର ସକାଳେ ପୁଲିସ୍‌ ନିକଟର ଆତ୍ମସମର୍ପଣ କରିଛନ୍ତି । ଗତ ଶନିବାର ଏହି ଦୁର୍ଘଟଣା ଘଟିଥିଲା । ସ୍କୁଲ ଛାତ୍ରଛାତ୍ରୀମାନେ ରାସ୍ତା ପାର ହେଉଥିବାବେଳେ ଦ୍ରୁତ ଗତିରେ ଆସୁଥିବା ଏକ ବୋଲେରୋ ସେମାନଙ୍କ ଉପରେ ଚଢିଯାଇଥିଲା । ଏହି ବୋଲେରୋକୁ ବିଜେପି ନେତା ମନୋଜ ଚଲାଉଥିଲେ ବୋଲି ଅଭିଯୋଗ ହୋଇଥିଲା । ଖାନତଲାସୀ ବେଳେ ବୋଲେରୋରୁ ମନୋଜଙ୍କ ଏକ ମୋବାଇଲ ଫୋନ୍‌ ମିଳିଥିଲା । ସୂଚନା ଅନୁସାରେ ଗତ ଶନିବାର ବିହାର ଧର୍ମପୁରୀ ଉପ୍ରା ବିଦ୍ୟାଳୟ ଛାତ୍ରଛାତ୍ରୀ ରାସ୍ତା ପାର ହେଉଥିବାବେଳେ ଦ୍ରୁତ ଗତିରେ ଆସୁଥିବା ଏକ ବୋଲେରୋ ସେମାନଙ୍କ ଉପରେ ଚଢିଯାଇଥିଲା । ଏଥିରେ ୨୪ ଶିଶୁ ଗୁରୁତର ଆହତ ହୋଇଥିଲା ବେଳେ ୯ ଜଣଙ୍କ ମୃତ୍ୟୁ ଘଟିଥିଲା । ସିସିଟିଭି ଫୁଟେଜ ଓ ପ୍ରତ୍ୟେକ୍ଷ ଦର୍ଶୀଙ୍କ ସାକ୍ଷ୍ୟରୁ ଏସ୍‌ୟୁଭି ବୋଲେରୋକୁ ବିଜେପି ନେତା ମନୋଜ ବୈଠା ଚଲାଉଥିଲେ ବୋଲି ସ୍ପଷ୍ଟ ହୋଇଥିଲା। ବିହାର ବିଜେପିର ବରିଷ୍ଠ ନେତାମାନେ ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏହା ପୂର୍ବରୁ ମନୋଜ ଆତ୍ମସମର୍ପଣ କରିଛନ୍ତି । ତାଙ୍କ ବିରୋଧରେ ପୁଲିସ୍‌ ପକ୍ଷରୁ ଆଇପିସି ୨୭୯, ୩୦୮, ୩୩୭, ୩୩୮ ଏବଂ ୩୦୪ରେ ମାମଲା ରୁଜୁ ହୋଇଛି । ଦୁର୍ଘଟଣା ପରଠାରୁ ମନୋଜ ଫେରାର ଥିଲେ । ତାଙ୍କୁ ଗିରଫ କରିବା ପାଇଁ କଂଗ୍ରେସ, ଆରଜେଡି ନେତାମାନେ ଦାବି କରିଆସୁଥିଲେ । ସେପଟେ ବିହାର ବିଜେପି ସଭାପତି ନିତ୍ୟାନନ୍ଦ ରାୟ କହିଛନ୍ତି ଯେ ମନୋଜ ବୈଠା ବିଜେପିର ଜଣେ କର୍ମୀ, ସେ ଦଳୀୟ କୌଣସି ପଦରେ ନାହାନ୍ତି ।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories