www.samajalive.in
Saturday, December 6, 2025
26.1 C
Bhubaneswar

ବାରବାଟୀ ଦିନିକିଆ : କମିଶନରେଟ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

କଟକ : କଟକର ବାରବାଟୀ ଷ୍ଟାଡିୟମରେ ଡିସେମ୍ବର ୨୨ ତାରିଖରେ ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଦିନିକିଆ ମ୍ୟାଚ ଅନୁଷ୍ଠିତ ହେବ। ଏଥି ପାଇଁ କମିଶନରେଟ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ଟିକେଟ ଯେପରି ଜାଲ  ହେବନି ସେଥିପାଇଁ ପଦକ୍ଷେପ ନିଆଯାଇଛି।  ଟିକେଟ ଉପରେ କଟକ ଡିସିପିଙ୍କ ଦସ୍ତଖତ ରହିବ ବୋଲି ଜଣାପଡିଛି । ସେହିପରି ପିଇବା ପାଣି, ଟଏଲେଟ, ଡ଼ଷ୍ଟବିନ ସମସ୍ୟା ଦୁର କରିବା​​‌ ପାଇଁ ପଦକ୍ଷେପ ନିଆଯିବ। ଚଢ଼ା ଦରରେ ବିକ୍ରି ହେଉଥିବା ଖାଦ୍ୟ ଦର ଉପରେ  ନିୟନ୍ତ୍ରଣ ରହିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

ବାରବାଟୀରେ ଦର୍ଶକ ବିଶୃଙ୍ଖଳାକୁ ରୋକିବା ପାଇଁ ମଧ୍ୟ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ନିରାପତ୍ତା ଦାୟିତ୍ୱରେ ଡିସିପି ଭୁବନେଶ୍ୱର, ଷ୍ଟାଡିୟମ ଶୃଙ୍ଖଳା ଦାୟିତ୍ୱରେ କଟକ ଡିସିପି, ଟ୍ରାଫିକ ଦାୟିତ୍ୱ ଟ୍ରାଫିକ ଡିସିପିଙ୍କୁ ଦିଆଯାଇଛି । ସେହିପରି ୪୦,୦୦୦  ଟିକେଟ ବିକ୍ରି ହେବା ସମ୍ଭାବନା , ୫ରୁ ଅନ ଲାଇନ, ୧୯ ରୁ ଅଫଲାଇନରେ ଟିକଟ ବିକ୍ରି ହେବ । ତେବେ ଏଥର ଭିଡ଼ ଏଡ଼ାଇବା ପାଇଁ ଅଧିକ କାଉଣ୍ଟର ଖୋଲିବ। ଯେଉଁ ସ୍ତରରେ ବିଶ୍ବ କପ୍ ହକିର ଉଦଘାଟନ ଉତ୍ସବ ଆୟୋଜନ ହୋଇଥିଲା ସେଇ ସ୍ତରରେ ଆୟୋଜନ ପାଇଁ ଉଦ୍ୟମ ହେବ ବୋଲି ଜଣାପଡିଛି ।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories