www.samajalive.in
Monday, December 8, 2025
13.1 C
Bhubaneswar

ରେଳ ଯାତ୍ରୀଙ୍କ ପାଇଁ ଖରାପ ଖବର: ଟ୍ରେନରେ ଖାଦ୍ୟ-ପାନୀୟ ହେବ ମହଙ୍ଗା

ମୁମ୍ବଇ: ରେଳ ଯାତ୍ରୀମାନଙ୍କ ପାଇଁ ଏକ ଖରାପ ଖବର। ଏବେ ଟ୍ରେନରେ ଚା’ ଓ ଖାଦ୍ୟର ଦାମ୍‍ ବୃଦ୍ଧି ପାଇବାକୁ ଯାଉଛି। ଅର୍ଥାତ୍‍ ଟ୍ରେନରେ ଚା’ ଓ ଖାଦ୍ୟ ପାଇଁ ଆପଣଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ। ଏନେଇ ରେଲୱେ ବୋର୍ଡ଼ର ପର୍ଯ୍ୟଟନ ଏବଂ ଖାଦ୍ୟ-ପାନୀୟ ବିଭାଗର ନିର୍ଦ୍ଦେଶକଙ୍କ ପକ୍ଷରୁ ସର୍କୁଲାର୍‍ ଜାରି କରାଯାଇଛି। ତେବେ ଆସନ୍ତୁ ଜାଣିବା ଏ ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ବିବରଣୀ –

ଏହି ଟ୍ରେନ୍‍ଗୁଡ଼ିକରେ ମହଙ୍ଗା ହେବ ଖାଦ୍ୟ-ପାନୀୟ :

- Advertisement -

ଜାରି କରାଯାଇଥିବା ସର୍କୁଲାର୍‍ ଅନୁସାରେ, ରାଜଧାନୀ, ଶତାବ୍ଦୀ ଓ ଦୂରନ୍ତ ଟ୍ରେନ୍‍ଗୁଡ଼ିକରେ ଖାଦ୍ୟ-ପାନୀୟର ଦାମ୍‍ ବଢିବାକୁ ଯାଉଛି। ସୂଚନାଯୋଗ୍ୟ, ଏହି ଟ୍ରେନ୍‍ଗୁଡ଼ିକର ଟିକେଟ୍‍ କରିବା ସମୟରେ ହିଁ ଖାଇବା ପିଇବା ଖର୍ଚ୍ଚ ଦେବାକୁ ପଡ଼ିଥାଏ। ଏହା ସହିତ ଅନ୍ୟ ଟ୍ରେନ୍‍ ଯାତ୍ରୀମାନଙ୍କ ପାଇଁ ମଧ୍ୟ ଏଭଳି ନୟମ ଲାଗୁ କରାଯିବ।

୪ ମାସ ପରେ ଲାଗୁ ହେବ ନୂଆ ଦର :

ସୂଚନା ଅନୁସାରେ, ନୂଆ ଦାମ୍‍ ସହ ଖାଦ୍ୟ ତାଲିକା ୧୫ ଦିନ ମଧ୍ୟରେ ପ୍ରସ୍ତୁତ ହୋଇଯିବ ଏବଂ ୪ ମାସ ପରେ ଏହାକୁ ଲାଗୁ କରାଯିବ।

ରାଜଧାନୀ, ଦୂରନ୍ତ ଓ ଶତାବ୍ଦୀ ଟ୍ରେନ୍‍ଗୁଡ଼ିକର ପ୍ରଥମ ଶ୍ରେଣୀ ଏସି ଯାତ୍ରୀଙ୍କ ପାଇଁ ନିମ୍ନ ଲିଖିତ ଦର :

ଖାଦ୍ୟ ସୂଚୀ            ପୂର୍ବଦର          ବର୍ଦ୍ଧିତ ଦର

ସକାଳ ଚା’               ୧୫               ୩୫
ଜଳଖିଆ                 ୯୦               ୧୪୦
ମଧ୍ୟାହ୍ନ ଓ
ରାତ୍ରି ଭୋଜନ           ୧୪୫             ୨୪୫
ସନ୍ଧ୍ୟା ଚା’                ୭୦               ୧୪୦

ରାଜଧାନୀ, ଦୂରନ୍ତ ଓ ଶତାବ୍ଦୀ ଟ୍ରେନ୍‍ମାନଙ୍କ ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ଏସି ଯାତ୍ରୀଙ୍କ ପାଇଁ ନିମ୍ନ ଲିଖିତ ଦର :

ଖାଦ୍ୟ ସୂଚୀ             ପୂର୍ବଦର          ବର୍ଦ୍ଧିତ ଦର

ସକାଳ ଚା’               ୧୦               ୨୦
ଜଳଖିଆ                 ୭୫              ୧୦୫
ମଧ୍ୟାହ୍ନ ଓ
ରାତ୍ରି ଭୋଜନ           ୧୨୫            ୧୮୫
ସନ୍ଧ୍ୟା ଚା’                ୪୫              ୯୦

ଦୂରନ୍ତ ଟେନ୍‍ର ସ୍ଲିପର୍‍ ଶ୍ରେଣୀ ଯାତ୍ରୀଙ୍କ ପାଇଁ ନିମ୍ନ ଲିଖିତ ଦର :

ଖାଦ୍ୟ ସୂଚୀ             ପୂର୍ବଦର          ବର୍ଦ୍ଧିତ ଦର

ସକାଳ ଚା’               ୧୦                ୧୫
ଜଳଖିଆ                 ୪୦                 ୬୫
ମଧ୍ୟାହ୍ନ ଓ
ରାତ୍ରି ଭୋଜନ           ୮୦                 ୧୨୦
ସନ୍ଧ୍ୟା ଚା’               ୨୦                  ୫୦

ଅନ୍ୟାନ୍ୟ ମେଲ୍‍ ଓ ଏକ୍ସପ୍ରେସ୍‍ ଟ୍ରେନ୍‍ ଯାତ୍ରୀଙ୍କ ପାଇଁ ନିମ୍ନ ଲିଖିତ ଦର :

ଖାଦ୍ୟସୂଚୀ             ପୂର୍ବଦର             ବର୍ଦ୍ଧିତ ଦର

ଜଳଖିଆ(ନିରାମିଷ)        ୩୦                 ୪୦
ଜଳଖିଆ(ଆମିଷ)           ୩୫                ୫୦
ସାଧାରଣ ମିଲ୍‍(ନିରାମିଷ)   ୫୦               ୮୦
ସାଧାରଣ ମିଲ୍‍(ଆମିଷ)     ୫୫               ୯୦

ସୂଚନାଯୋଗ୍ୟ, ପୂର୍ବରୁ ୨୦୧୪ରେ ଏହି ଦରରେ ପରିବର୍ତ୍ତନ ହୋଇଥିଲା। ରେଲୱେ ବୋର୍ଡ଼ ସର୍କୁଲାର୍‍ ଅନୁସାରେ, ଆଇଆରସିଟିସିର ଆଗ୍ରହ ଓ ବୋର୍ଡ଼ ପକ୍ଷରୁ ଗଠିତ ଖାଦ୍ୟ ଓ ମୂଲ୍ୟ ନିର୍ଦ୍ଧାରଣକାରୀ କମିଟିର ସୁପାରିସ୍‍କୁ ଭିତ୍ତି କରି ମୂଲ୍ୟ ବୃଦ୍ଧିର ନିଷ୍ପତ୍ତି ନିଆଯାଇଛି।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories