www.samajalive.in
Tuesday, December 9, 2025
23.1 C
Bhubaneswar

ସହଜ ବାସ୍ତୁ ଉପାୟ ଆପଣେଇ ପାଆନ୍ତୁ ସୁଖଶାନ୍ତି

ବହୁ ସମୟରେ ଏଭଳି ଦେଖାଯାଏ ଯେ, ଘରର ଶାନ୍ତି ଦୂର ହେବା ସହ ଆର୍ଥିକ କ୍ଷେତ୍ରରେ ବହୁ ସମସ୍ୟା ଦେଖାଯାଏ। ଅଯଥାରେ ଟଙ୍କା ଖର୍ଚ୍ଚ ହୋଇଥାଏ। ପରିବାର ସମସ୍ୟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବାରମ୍ବାର ଖରାପ ହୋଇଥାଏ। ବାସ୍ତୁ ଜନିତ କେତେକ କାରଣରୁ ଏହି ସମସ୍ୟା ସୃଷ୍ଟି ହୋଇଥାଏ ବୋଲି କୁହାଯାଏ। ବାସ୍ତୁ ଶାସ୍ତ୍ରରେ ଏଭଳି କେତେକ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି, ଯାହାକୁ ପାଳନ କରିବା ଦ୍ୱାରା ଆମ ଜୀବନରେ ଥିବା ବହୁ ବାଧାବିଘ୍ନ ଦୂର ହୋଇଥାଏ। ଜାଣନ୍ତୁ ….
ରୋଷେଇ ଘରେ ରଖନ୍ତୁ ନାହିଁ ଔଷଧ –
ବେଳେ ବେଳେ ଏପରି ହୋଇଥାଏ, ଆମେ ତରବରିଆ ଭାବେ ଔଷଧ ଖାଇବା ପାଇଁ ଜଳ ଆଣିବା ନିମନ୍ତେ ରୋଷେଇ ଘରକୁ ଯାଉ। ସେଠାରେ ଔଷଧ ଖାଇ ପାଣି ପିଇବା ପରେ ଅଜାଣତରେ ଔଷଧ ମଧ୍ୟ ସେଠାରେ ହିଁ ରଖିଦେଉ। ଏପରି କରିବା ଦ୍ୱାରା ପରିବାର ଲୋକେ ସର୍ବଦା ରୋଗଗ୍ରସ୍ତ ହୋଇଥାଆନ୍ତି। ଟଙ୍କାପଇସା ଅଯଥାରେ ଖର୍ଚ୍ଚ ହୋଇଥାଏ।
ଦକ୍ଷିଣ ଦିଗରେ ମୂର୍ତ୍ତି ରଖନ୍ତୁ ନାହିଁ –
ଭଗବାନଙ୍କର ହେଉ ଅଥବା ସାଜସଜ୍ଜା ପାଇଁ ହେଉ ଗୃହର ଦକ୍ଷିଣ ଦିଗରେ କୌଣସି ମୂର୍ତ୍ତି ରଖନ୍ତୁ ନାହିଁ। ଏପରି କରିବା ଦ୍ୱାରା ଆୟ କମ ହେବା ସହ ଖର୍ଚ୍ଚ କମ ହୋଇଥାଏ।
ଘରେ କଣ୍ଟାଯୁକ୍ତ ଗଛ ଲଗାନ୍ତୁ ନାହିଁ –
ଘରର କୌଣସି ପ୍ରକାରର କଣ୍ଟାଯୁକ୍ତ ବୃକ୍ଷ ଲଗାନ୍ତୁ ନାହିଁ। ଏପରି କରିବା ଦ୍ୱାରା ଘରର ସୁଖଶାନ୍ତି ନଷ୍ଟ ହୋଇଥାଏ।
ଦାମୀ ଜିନିଷ ନିକଟରେ ଝାଡ଼ୁ ରଖନ୍ତୁ ନାହିଁ –
ଯେଉଁ କକ୍ଷ (ରୁମ୍‍ )ରେ ଦାମୀ ଜିନିଷ ରହିଛି, ସେଠାରେ ଝାଡ଼ୁ ଆଦୌ ରଖନ୍ତୁ ନାହିଁ। ଝାଡ଼ୁ ସର୍ବଦା ଘରର ଏକ କୋଣରେ ରଖନ୍ତୁ।

Hot this week

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

ଚାଉଳ ଯୋଗାଣ ବନ୍ଦ ; ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଟିଟିଲାଗଡ଼ : ଚାଉଳ ଯୋଗାଣ ବନ୍ଦ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା...

ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା: ଆଜି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପସ୍ଥାପନ

ଭୁବନେଶ୍ୱର: ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ପୂର୍ବତନ ବିଧାୟକଙ୍କ...

Related Articles

Popular Categories