କୋରାପୁଟ : କୋରାପୁଟ ଜିଲା ଗୋପାଳପୁଟ୍ ସ୍ଥିତ ୨୬ ନମ୍ବର ଜାତୀୟ ରାଜପଥରେ ଗୁରୁବାର ଏକ ଅଘଟଣ ଘଟିଛି। ଗୋଟିଏ ବାଇକ୍ ଉପରେ ଏକ ମିକ୍ସଚର ମେସିନ୍ ପଡ଼ି ୨ ବାଇକ ଆରେହୀଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହାର ପ୍ରତିବାଦରେ ଗ୍ରାମବାସୀମାନେ ଉତ୍ତେଜନା ପ୍ରକାଶ କରି ରାସ୍ତାରୋକ କରିଛନ୍ତି। କୋରାପୁଟ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବାକୁ ପ୍ରୟାସ କରୁଛି।

ସୂଚନାଯୋଗ୍ୟ, ଟ୍ରକ୍ଟି ମିକ୍ସଚର ମେସିନକୁ ବାନ୍ଧି ଉକ୍ତ ରାସ୍ତା ଦେଇ ଯାଉଥିଲା। ମାତ୍ର ହଠାତ୍ ମିକ୍ସଚର ମେସିନଟି ଦଉଡ଼ିରୁ ଛିଡ଼ି ରାସ୍ତାରେ ଯାଉଥିବା ୨ ବାଇକ୍ ଆରୋହୀଙ୍କ ଉପରେ ପଡ଼ିଥିଲା। ଫଳରେ ମେସିନ୍ ତଳେ ଚାପି ହୋଇ ୨ ବାଇକ୍ ଆରୋହୀଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି।



