www.samajalive.in
Thursday, December 11, 2025
13.1 C
Bhubaneswar

ସମର୍ଥକଙ୍କୁ ନେଇ ନିରଞ୍ଜନଙ୍କ ବୈଠକ : ବର୍ତ୍ତମାନ ନିରଞ୍ଜନ ହିଁ ପିସିସି ସଭାପତି ରହିବେ- ଜିତେନ୍ଦ୍ର ସିଂ

ଭୁବନେଶ୍ବର : ଜାତୀୟ ସ୍ତରରୁ ଆରମ୍ଭ କରି ଆଞ୍ଚଳିକ ସ୍ତର ପର୍ୟ୍ୟନ୍ତ କଂଗ୍ରେସର ସ୍ଥିତି ଦିନକୁଦିନ ଦୁର୍ବଳ ହେବାକୁ ବସିଥିବାବେଳେ ରାଜ୍ୟ କଂଗ୍ରେସରେ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ପଦକୁ ନେଇ ଦଳରେ ଛକାପଞ୍ଝା ଲାଗିରହିଛି। ଓଡ଼ିଶାରେ ବିଜେପୁର ଉପନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟକୁ ଦଳର କିଛି ନେତା ଗ୍ରହଣ କରିପରିନାହାନ୍ତି। ଏନେଇ ଅନେକେ ପିସିସି ସଭାପତି ପଦକୁ ପରିବର୍ତ୍ତନ କରିବାରେ ଅର୍ଥାତ ନିରଞ୍ଜନଙ୍କ ବିରୋଧରେ ବାହାରିଛନ୍ତି। ସେମା‌ନେ ଦଳର ଏଭଳି ପରିସ୍ଥିତି ପାଇଁ ପିସିସି ସଭାପତିଙ୍କୁ ଦାୟୀ କରିଛନ୍ତି। ଏହିଭଳି ସ୍ଥିତିରେ ଅନେକେ ନିରଞ୍ଜନ ପଟ୍ଟନାୟକଙ୍କୁ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ପଦରୁ ହଟାଇ ବାରବାଟୀ-କଟକ ବିଧାୟକ ମହମ୍ମଦ ମୁକିମଙ୍କୁ ନୂତନ ସଭାପତି କରିବାପାଇଁ ମନ ବଳାଇଛନ୍ତି।
ଦଳର ଏଭଳି ସ୍ଥିତିରେ ରିବିବାର ନିରଞ୍ଜନ ପଟ୍ଟନାୟକ ନିଜ ପଶଂସକମାନଙ୍କୁ ନେଇ ଏକ ବୈଠକ ଡକାଇଥିଲେ। ସୂଚନା ଅନୁସାରେ, ରବିବାର ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ ନିରଞ୍ଜନ ସମର୍ଥକମାନଙ୍କୁ ଏକାଠି କରି ଏକ ବୈଠକ କରିଥିଲେ । ଏହି ବୈଠକରେ ବିଭିନ୍ନ ଜିଲ୍ଲାର ସଭାପତି ସହ କର୍ମକର୍ତ୍ତାମାନେ ମଧ୍ୟ ଉପସ୍ଥିତ ଥିଲେ । ଏହି ଘଟଣାକୁ ପ୍ରଦେଶ କଂଗ୍ରେସ କମିଟି(ପିସିସି) ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂ ନିନ୍ଦା କରିଛନ୍ତି। ଘର କଥାକୁ ବହାରେ ନପକାଇବା ପାଇଁ ସେ କଂଗ୍ରେସ କର୍ମକର୍ତ୍ତାମାନଙ୍କୁ ପରାମର୍ସ ଦେଇଛନ୍ତି। ବର୍ତ୍ତମାନ ନିରଞ୍ଜନ ହିଁ ପିସିସି ସଭାପତି ରହିବେ ବୋଲି ସେ କହିଛନ୍ତି।
କିଛି ଦିନ ପୂର୍ବରୁ ନିରଞ୍ଜନଙ୍କ ବରୋଧୀ ଗୋଷ୍ଠୀ ମେଳି କରିଥିଲେ। ପିସିସି ସଭାପତି ପଦରୁ ନିରଞ୍ଜନଙ୍କୁ ହଟାଇ ମୋକିମଙ୍କୁ ସଭାପତି କରିବାକୁ ନିରଞ୍ଜନଙ୍କ ବିରୋଧୀମାନେ ଦାବି କରିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories