www.samajalive.in
Thursday, December 11, 2025
13.1 C
Bhubaneswar

ମହାରାଷ୍ଟ୍ର: ସରକାର ଗଢିବନି ବିଜେପି – କଣ ରହିଛି ବିକଳ୍ପ?

ମହାରାଷ୍ଟ୍ର: ଭାରତୀୟ ଜନତା ପାର୍ଟି ମହାରାଷ୍ଟ୍ରରେ ସରକାର ଗଠନ ନ କରିବା ପାଇଁ ନିଷ୍ପତ୍ତି ନେଇଛି। ଆଜି ବିଦାୟୀ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀଶଙ୍କ ବାସଗୃହ ‘ବର୍ଷା’ରେ ଅପରାହ୍ନରେ ଆୟୋଜିତ ବୈଠକରେ ଏହି ନିଷ୍ପତ୍ତି ହୋଇଥିବା ମହାରାଷ୍ଟ୍ର ବିଜେପି ଅଧ୍ୟକ୍ଷ ଚନ୍ଦ୍ରକାନ୍ତ ପାଟିଲ କହିଛନ୍ତି। ଇତି ମଧ୍ୟରେ ରାଜ୍ୟପାଳଙ୍କୁ ଦଳର ନିଷ୍ପତ୍ତି ସମ୍ପର୍କରେ ଅବଗତ କରିବା ପାଇଁ ଦେବେନ୍ଦ୍ର ଫଡନବୀଶଙ୍କ ସମେତ ଦଳର ବରିଷ୍ଠ ନେତାମାନେ ରାଜ୍ୟପାଳ ଭବନ ଯାଇଥିବା ବେଳେ ରାଜ୍ୟରେ ସରକାର ଗଠନ ନ ହେବା ନେଇ ଲାଗି ରହିଥିବା ଅଚଳାବସ୍ଥା ପାଇଁ ଶିବସେନା ଦାୟୀ ବୋଲି ବିଜେପି କହିଛି।

ଚନ୍ଦ୍ରକାନ୍ତ ପାଟିଲ କହିଛନ୍ତି, ଶିବସେନା ଲୋକମତର ଅପମାନ କରିଛି। ସରକାର ଗଠନ ହେଲେ କିଭଳି ଭାବେ ସଂଖ୍ୟା ଗରିଷ୍ଠତା ପ୍ରମାଣ କରାଯିବ, ସେ ନେଇ ବିଜେପି ଆଜି ମାରାଥନ ବୈଠକ କରିଥିଲା। ପୂର୍ବରୁ ଶିବସେନାର ନେତା ସଞ୍ଜୟ ରାଉତ କହିଥିଲେ ଯେ ତାଙ୍କ ଦଳ ସରକାର ଗଠନ ପାଇଁ ପ୍ରସ୍ତୁତ ଅଛି। ସେ କହିଥିଲେ ଯେ କଂଗ୍ରେସ ମହାରାଷ୍ଟ୍ରର ବିରୋଧୀ ନୁହେଁ ଯଦିଓ ସବୁଦଳ ମଧ୍ୟରେ କୌଣସି ନା କୌଣସି ପ୍ରସଙ୍ଗକୁ ନେଇ ବିବାଦ ଥାଏ। ସେ କହିଛନ୍ତି, ଯଦି ବିଜେପି ପାଖରେ ସଂଖ୍ୟା ଗରିଷ୍ଠତା ଥିଲା, ତାହେଲେ ସେ କାହିଁକି ନିର୍ବାଚନ ଫଳାଫଳ ପରେ ସରକାର ଗଠନ ପାଇଁ ବିଜେପି ପ୍ରସ୍ତାବ ଦେଲାନାହିଁ। ଯଦି କେଉଁ ଦଳ ସରକାର ଗଠନ ନ କରନ୍ତି, ସେ କ୍ଷେତ୍ରରେ ଶିବସେନା ପ୍ରସ୍ତାବ ଦେବ ବୋଲି ଦଳୀୟ ନେତା ସଞ୍ଜୟ କହିଛନ୍ତି।

- Advertisement -

କଣ ରହିଛି ବିକଳ୍ପ?
୧ – ବିଜେପି ଓ ଶିବସେନା ଉଭୟ ମିଶି ସରକାର ଗଠନ କରି ପାରନ୍ତି କିନ୍ତୁ ନିର୍ବାଚନ ଫଳାଫଳ ବାହାରିବାର ଏତେ ଦିନ ଭିତରେ ଉଭୟ ଦଳ ମଧ୍ୟରେ ସହମତି ହୋଇ ନ ପାରିବା ଦୃଷ୍ଟିରୁ ପୁଣି ଉଭୟ ଦଳ ଏକତ୍ର ସରକାର ଗଠନ କରିବା ଆଶା କ୍ଷୀଣ।
୨ – ବିଜେପି ଓ ଶିବସେନା ସରକାର ଗଠନ ନ କଲେ କଂଗ୍ରେସ ଓ ଏନସିପି ମଧ୍ୟ ସରକାର ଗଠନ ପାଇଁ ଅନ୍ୟ ଏକ ବିକଳ୍ପ ରହିଛି
୩ – ଯଦି କେହି ସରକାର ଗଠନ ପାଇଁ ଆଗଭର ନ ହୁଅନ୍ତି ସେ କ୍ଷେତ୍ରରେ ରାଜ୍ୟପାଳ ରାଷ୍ଟ୍ରପତି ଶାସନ ପାଇଁ ସୁପାରିଶ କରିବେ।
୪ – ରାଷ୍ଟ୍ରପତି ଶାସନର ୬ ମାସ ମଧ୍ୟରେ ପୁଣି ନିର୍ବାଚନ କରାଯିବାର ସାମ୍ବିଧାନିକ ବିଧି ବ୍ୟବସ୍ଥା ରହିଛି।

ଇତି ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ମଲ୍ଲୀକାର୍ଜୁନ ଖଡ଼ଗେ ଦଳର ନବ ନିର୍ବାଚିତ ବିଧାୟକମାନଙ୍କ ସହ ଆଲୋଚନା କରିଛନ୍ତି। କଂଗ୍ରେସ ମଧ୍ୟ ସେହି ନେତାମାନଙ୍କୁ ନିଜ ସରକାର ଥିବା ରାଜସ୍ଥାନର ରାଜଧାନୀ ଜୟପୁରରେ ଏକ ହୋଟେଲରେ ରଖିଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories