ଭୁବନେଶ୍ବର : ଜାତୀୟ ସ୍ତରରୁ ଆରମ୍ଭ କରି ଆଞ୍ଚଳିକ ସ୍ତର ପର୍ୟ୍ୟନ୍ତ କଂଗ୍ରେସର ସ୍ଥିତି ଦିନକୁଦିନ ଦୁର୍ବଳ ହେବାକୁ ବସିଥିବାବେଳେ ରାଜ୍ୟ କଂଗ୍ରେସରେ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ପଦକୁ ନେଇ ଦଳରେ ଛକାପଞ୍ଝା ଲାଗିରହିଛି। ଓଡ଼ିଶାରେ ବିଜେପୁର ଉପନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟକୁ ଦଳର କିଛି ନେତା ଗ୍ରହଣ କରିପରିନାହାନ୍ତି। ଏନେଇ ଅନେକେ ପିସିସି ସଭାପତି ପଦକୁ ପରିବର୍ତ୍ତନ କରିବାରେ ଅର୍ଥାତ ନିରଞ୍ଜନଙ୍କ ବିରୋଧରେ ବାହାରିଛନ୍ତି। ସେମାନେ ଦଳର ଏଭଳି ପରିସ୍ଥିତି ପାଇଁ ପିସିସି ସଭାପତିଙ୍କୁ ଦାୟୀ କରିଛନ୍ତି। ଏହିଭଳି ସ୍ଥିତିରେ ଅନେକେ ନିରଞ୍ଜନ ପଟ୍ଟନାୟକଙ୍କୁ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ପଦରୁ ହଟାଇ ବାରବାଟୀ-କଟକ ବିଧାୟକ ମହମ୍ମଦ ମୁକିମଙ୍କୁ ନୂତନ ସଭାପତି କରିବାପାଇଁ ମନ ବଳାଇଛନ୍ତି।
ଦଳର ଏଭଳି ସ୍ଥିତିରେ ରିବିବାର ନିରଞ୍ଜନ ପଟ୍ଟନାୟକ ନିଜ ପଶଂସକମାନଙ୍କୁ ନେଇ ଏକ ବୈଠକ ଡକାଇଥିଲେ। ସୂଚନା ଅନୁସାରେ, ରବିବାର ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ ନିରଞ୍ଜନ ସମର୍ଥକମାନଙ୍କୁ ଏକାଠି କରି ଏକ ବୈଠକ କରିଥିଲେ । ଏହି ବୈଠକରେ ବିଭିନ୍ନ ଜିଲ୍ଲାର ସଭାପତି ସହ କର୍ମକର୍ତ୍ତାମାନେ ମଧ୍ୟ ଉପସ୍ଥିତ ଥିଲେ । ଏହି ଘଟଣାକୁ ପ୍ରଦେଶ କଂଗ୍ରେସ କମିଟି(ପିସିସି) ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂ ନିନ୍ଦା କରିଛନ୍ତି। ଘର କଥାକୁ ବହାରେ ନପକାଇବା ପାଇଁ ସେ କଂଗ୍ରେସ କର୍ମକର୍ତ୍ତାମାନଙ୍କୁ ପରାମର୍ସ ଦେଇଛନ୍ତି। ବର୍ତ୍ତମାନ ନିରଞ୍ଜନ ହିଁ ପିସିସି ସଭାପତି ରହିବେ ବୋଲି ସେ କହିଛନ୍ତି।
କିଛି ଦିନ ପୂର୍ବରୁ ନିରଞ୍ଜନଙ୍କ ବରୋଧୀ ଗୋଷ୍ଠୀ ମେଳି କରିଥିଲେ। ପିସିସି ସଭାପତି ପଦରୁ ନିରଞ୍ଜନଙ୍କୁ ହଟାଇ ମୋକିମଙ୍କୁ ସଭାପତି କରିବାକୁ ନିରଞ୍ଜନଙ୍କ ବିରୋଧୀମାନେ ଦାବି କରିଥିଲେ।
ସମର୍ଥକଙ୍କୁ ନେଇ ନିରଞ୍ଜନଙ୍କ ବୈଠକ : ବର୍ତ୍ତମାନ ନିରଞ୍ଜନ ହିଁ ପିସିସି ସଭାପତି ରହିବେ- ଜିତେନ୍ଦ୍ର ସିଂ
Popular Categories



