www.samajalive.in
Wednesday, December 10, 2025
26.1 C
Bhubaneswar

ଧାମରାରେ ବିଦ୍ୟୁତ ବିଭାଗର କ୍ଷୟକ୍ଷତି ଆକଳନ : ଯୁଦ୍ଧକାଳୀନ ଭିତ୍ତିରେ ବିଦ୍ୟୁତ କାର୍ଯ୍ୟ ତ୍ୱରାନ୍ୱିତ

ଧାମରା : ଭଦ୍ରକ ଜିଲା ଧାମରାରେ ବାତ୍ୟା ବୁଲବୁଲରେ ବହୁ କ୍ଷୟକ୍ଷତି ଘଟିଛି। ଏହି କ୍ଷୟକ୍ଷତିର ଆକଳନ କରିବା ପାଇଁ ରବିବାର ଚାନ୍ଦବାଲି ତହସିଲଦାର, ଅତିରିକ୍ତ ତହସିଲଦାର ଓ ସୁପରଭାଇଜର ଧାମରାର ୮ଟି ପଞ୍ଚାୟତରେ ଭାଙ୍ଗିଥିବା ଘର ଦେଖିବା ସହ ପଲିଥିନ ବଣ୍ଟନ କରିଛନ୍ତି। ଧାମରା ବିଦ୍ୟୁତ ସବଡିଭିଜନରେ ୧୦୦ରୁ ଅଧିକ ବିଦ୍ୟୁତ ଖୁଣ୍ଟ ଭାଙ୍ଗିଛି। ତେଣୁ ଏନଡିଆରଏଫର ୧୫ ଜଣିଆ ଟିମକୁ ନେଇ ବିଦ୍ୟୁତ ବିଭାଗର ଏସଡିଓ ଅଶୋକ ମଲିକଙ୍କ ନେତୃତ୍ବରେ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଚାଲିଛି। ଆଜି ସନ୍ଧ୍ୟା ସୁଦ୍ଧା ଧାମରାକୁ ବିଦ୍ୟୁତ ଯୋଗାଣ ହୋଇଯିବ ବୋଲି ଅନୁମାନ କରାଯାଉଛି।

ଧାମରା ବନଖଣ୍ଡର ସମସ୍ତ ଅଞ୍ଚଳକୁ ବିଦ୍ୟୁତ ସରବରାହ ପାଇଁ ୮ ରୁ୧୦ ଦିନ ଲାଗିବ ବୋଲି ଜଣାପଡ଼ିଛି। ଏନଡିଆରଏଫ ଟିମ ଧାମରାରେ ବିଦ୍ୟୁତ ସରବରାହରେ ସୁଧାର ଆସିବା ପର୍ଯ୍ୟନ୍ତ କାର୍ଯ୍ୟ କରିବେ ବୋଲି ଚାନ୍ଦବାଲି ତହସିଲଦାର କହିଛନ୍ତି ।

Hot this week

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

Related Articles

Popular Categories