www.samajalive.in
Wednesday, December 10, 2025
14.1 C
Bhubaneswar

କାଠ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍ ଜବତ: ୫ ଗିରଫ

ଠାକୁରମୁଣ୍ଡା: ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବନବିଭାଗ ଦ୍ଵାରା ଭଦ୍ରକ ଅଞ୍ଚଳକୁ ଯାଉଥିବା ଚୋରା କାଠ ବୋଝେଇ ଏକ ପିକ୍‌ଅପ୍‌ ଭ୍ୟାନ ସହିତ ଏକ ବାଇକକୁ ଜବତ କରିଛି। ଏଥିରେ ସଂପୃକ୍ତ ଥିବା ୫ ଜଣଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।

ମିଳିଥିବା ସୂଚନା ଅନୁଯାୟୀ, କୌଣସି ସୂତ୍ରରୁ ଖବର ପାଇ ଠାକୁରମୁଣ୍ଡା ବନାଞ୍ଚଳଧିକାରୀ ପ୍ରଭାତ କୁମାର କୁଅଁର ନେତୃତ୍ୱରେ  ଏକ ଦଳ ଶନିବାର ବିଳମ୍ବିତ ରାତିରେ ଠାକୁରମୁଣ୍ଡା-କରଞ୍ଜିଆ ରାସ୍ତାର କେନ୍ଦୁଜିଆଣି ନିକଟରେ ଜଗି ରହିଥିଲେ। ଛେରାଟାଙ୍ଗର ଗ୍ରାମରୁ ୩୫ଖଣ୍ଡ ଶାଳ ପଟା ଵୋଝେଇ ଏକ ପିକଅପ ଭ୍ୟାନ ଆସୁଥିବା ବେଳେ ବନକର୍ମଚାରୀ ଗାଡିକୁ ଧରି ଥିଲେ। ଯାହାର ଆନୁମାନିକ ମୂଲ୍ୟ ୭୦ ହଜାର ଟଙ୍କା। କାଠ ଚୋରା ଚାଲାଣ ଗାଡିକୁ ସୁରକ୍ଷା ଦେଉଥିବା ସନ୍ଦେହରେ ମଧ୍ୟ ବନବିଭାଗ କର୍ମଚାରୀ ଏକ ବାଇକକୁ ମଧ୍ୟ ଜବତ କରିଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ଭଦ୍ରକ ଥାନା ଅନ୍ତର୍ଗତ ବନ୍ତ ଗ୍ରାମର ପ୍ରଶାନ୍ତ କୁମାର ଜେନା(୨୫), ଆଗରପୋଡା ଗ୍ରାମର ମନରଞ୍ଜନ ସାହୁ(୨୨), ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ସାରୁବିଲଲ ଗ୍ରାମର ଜଗନ୍ନାଥ ବେହେରା(୩୫),  ବିରେନ୍ଦ୍ର ପଇଦା(୧୯), ରବି ବେହେରା(୧୯)।

- Advertisement -

ଏଠାରେ ସୂଚନା ଥାଉ କି, ଗତ ଜୁଲାଇ ମାସ ୩୧ ତାରିଖ ରାତିରେ କେନ୍ଦୁଜିଆଣି ଅଞ୍ଚଳରୁ ଭଦ୍ରକ ଅଞ୍ଚଳକୁ ନେଉଥିବା ଏକ ଚୋରା କାଠ ଵୋଝେଇ ଗାଡିକୁ ଠାକୁରମୁଣ୍ଡା ପୁଲିସ ପାଟ୍ରୋଲିଂ ସମୟରେ ଜବତ କରି ବନବିଭାଗକୁ ହସ୍ତାନ୍ତର କରିଥିଲା।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories