www.samajalive.in
Wednesday, December 10, 2025
23.1 C
Bhubaneswar

ଅଯୋଧ୍ୟା ରାୟ: ଗଣମାଧ୍ୟମ ପାଇଁ ନିର୍ଦ୍ଦେଶନାମା ଜାରୀ କଲେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

ନୂଆଦିଲ୍ଳୀ: ବହୁ ପ୍ରତୀକ୍ଷିତ ଅଯୋଧ୍ୟା ବିବାଦ ମାମଲାର ରାୟ ଶନିବାର ପ୍ରକାଶ ପାଇଛି। ସୁପ୍ରିମକୋର୍ଟଙ୍କ ଦ୍ବାରା ପ୍ରଦତ୍ତ ରାୟକୁ ଦେଶବାସୀ ଉତ୍ସୁକତାର ସହିତ ଅପେକ୍ଷା କରିଥିଲେ। ନଭେମ୍ବର ୧୭ରେ ରାୟ ଶୁଣାଣି ହେବ ବୋଲି ପୂର୍ବରୁ ସୁପ୍ରିମକୋର୍ଟ ଦିନ ଧାର୍ୟ୍ୟ କରିଥିଲେ। କିନ୍ତୁ ହଠାତ୍ ଧାର୍ୟ୍ୟ ତାରିଖ ପରିବର୍ତ୍ତନ କରାଯାଇ ନଭେମ୍ବର ୯ ଶନିବାର ରାୟ ଘୋଷଣା କରାଯିବ ବୋଲି ନିଷ୍ପତ୍ତି ନେଇଥିଲେ।ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ୫ ଜଣିଆ ଖଣ୍ଡପୀଠଙ୍କ ରାୟ ଶୁଣାଣି କରି ବିବାଦୀୟ ସ୍ଥଳକୁ ହିନ୍ଦୁମାନଙ୍କୁ ପ୍ରଦାନ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଲେ। ଏହା ସହିତ ମୁସଲମାନଙ୍କୁ ଅଯୋଧ୍ୟା ସହରର ଏକ ପ୍ରମୁଖ ସ୍ଥାନରେ ୫ ଏକର ଜମି ଦେବା ସହ ମସଜିଦ ନିର୍ମାଣରେ ସହାୟତା କରିବାକୁ କେନ୍ଦ୍ର ଏବଂ ଉତ୍ତର ପ୍ରଦେଶ ସରକାରଙ୍କୁ ନିର୍ଦ୍ଦେଶ ଜାରି କଲେ। ଅଯୋଧ୍ୟା ରାୟ ପ୍ରକାଶ ପରେ ବିଭିନ୍ନ ଗଣମାଧ୍ୟମ ଏହି ଘଟଣାକୁ ନେଇ ଆଲୋଚନା ,ପ୍ରଯ୍ୟାଲୋଚନା ଆରମ୍ଭ କରିଦେଇଛନ୍ତି। ଅଯୋଧ୍ୟା ବିବାଦ ଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗକୁ କେତେକ ଗଣମାଧ୍ୟମ ନିଜ ବିଚାର ତରିକାରେ ପ୍ରସାରଣ କରିବାର ଦେଖାଦେଇଛି। ଏହା ଦ୍ବାରା ହିଂସା ଓ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଶନିବାର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ଗଣମାଧ୍ୟମ ଏବଂ ଟିଭି ଚ୍ୟାନେଲ ମାନଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହି ନିର୍ଦ୍ଦେଶନାମାରେ ଗଣମାଧ୍ୟମ ସଂସ୍ଥା ମାନଙ୍କୁ ଅଯୋଧ୍ୟା ଭଳି ପ୍ରସଙ୍ଗ ଉପରେ ଆଲୋଚନା କରିବା ସମୟରେ ଯତ୍ନବାନ ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ଐତିହାସିକ ଅଯୋଧ୍ୟା ରାୟ ସମ୍ପର୍କିତ କୌଣସି ଆଲୋଚନା ,ବିତର୍କ କିମ୍ବା ରିପୋର୍ଟିଂ ସମୟରେ କାର୍ୟ୍ୟକ୍ରମ ସଂହିତା ମାନିବାକୁ ନିର୍ଦେଶ ଦିଆଯାଇଛି। ଏହି ନିର୍ଦେଶନାମାରେ ସମସ୍ତ ସ୍ୟାଟେଲାଇଟ୍, ଡିଟିଏଚ୍,ଏମଏସଓ ଏବଂ କେବୁଲ୍ ଟିଭି ଅପରେଟର ମାନେ ଅଯୋଧ୍ୟା ସମ୍ପର୍କିତ କାର୍ୟ୍ୟକ୍ରମ ସମୟରେ ଯେପରି କୌଣସି ଧାର୍ମକ ଗୋଷ୍ଠିକୁ କଷ୍ଟ ନପହଞ୍ଚାନ୍ତି ଏବଂ ଅଶ୍ଳୀଳ,ଅପମାନଜନକ,ଉଦ୍ଦେଶ୍ୟମୂଳକ,ମିଛ କିମ୍ବା ଅର୍ଦ୍ଧସତ୍ୟ ଖବର ପ୍ରସାରଣ କରାନଯାଏ ତାହା ଉପରେ ବିଶେଷ ଧ୍ୟାନ ଦେବାକୁ ଉଲ୍ଲେଖ କରାଯାଇଛି। ଦେଶରେ ହିଂସା ଓ ଆଇନ ଶୃଙ୍ଖଳା ପରିସ୍ଥିତି ଯେପରି ସୃଷ୍ଟି ନହୁଏ ସେପ୍ରତି ଗଣମାଧ୍ୟମମାନେ ଧ୍ୟାନଦେବାକୁ ସୂଚନା ଓ ପ୍ରସାରଣ ବିଭାଗ ନିର୍ଦ୍ଦେଶ ଦେଇଛନ୍ତି।

Hot this week

ଭାରତରେ ପ୍ରତିଦିନ ୫୨ଗର୍ଭବତୀ ମହିଳାଙ୍କ ମୃତ୍ୟୁ: ବିଶ୍ୱରେ ପ୍ରତି ୨ମିନିଟରେ ଜଣେ, କାରଣ କ’ଣ?

ସମାଜ ଡିଜିଟାଲ ଡେସ୍କ: ବିଶ୍ୱରେ ୨୦୨୩ ମସିହାରେ, ଗର୍ଭାବସ୍ଥା କିମ୍ବା ପ୍ରସବ...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣା; ଲୁଥ୍ରା ଭ୍ରାତାଙ୍କ ବିରୋଧରେ ବ୍ଲୁ କର୍ଣ୍ଣର ନୋଟିସ

ପାଣାଜୀ: ଗୋଆ ରାଜଧାନୀ ପାଣାଜୀସ୍ଥିତ ଏକ ନାଇଟ୍‌ କ୍ଲବରେ ଗତ ରବିବାର...

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

Related Articles

Popular Categories