www.samajalive.in
Tuesday, December 9, 2025
15.1 C
Bhubaneswar

କେଶର ଯାବତୀୟ ସମସ୍ୟା ଦୂର କରି ଘନ ଓ ଚମକପ୍ରଦ କରେ ଚାଉଳ ପାଣି

ଆଜିକାଲି କେଶ ସମସ୍ୟାକୁ ନେଇ ସମସ୍ତେ ଚିନ୍ତିତ। କେଶ ଝଡ଼ିବାକୁ ରୋକିବା ପାଇଁ ଓ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଲୋକେ ବଜାରରେ ମିଳୁଥିବା ଅନେକ ସାମଗ୍ରୀର ବ୍ୟବହାର କରୁଛନ୍ତି। ହେଲେ ବେଳେବେଳେ ଏହା ସମସ୍ୟା ଦୂର କରିବା ପରିବର୍ତ୍ତେ ଓଲଟା ଫଳ ଦେଉଛି। ତେଣୁ କେଶ ପାଇଁ କ’ଣ ଲାଭଦାୟକ ସାବ୍ୟସ୍ତ ହେବ ସେନେଇ ଲୋକେ ଦ୍ବନ୍ଦ୍ବରେ ପଡ଼ି ଯାଉଛନ୍ତି। ତେବେ ଆପଣଙ୍କ ଚିନ୍ତାକୁ କମ୍ କରିବା ପାଇଁ ଆମେ ଏକ ସରଳ ଦେଶୀ ଉପାୟ ବିଷୟରେ କହିବାକୁ ଯାଉଛୁ। ଯାହାକୁ ଆପଣାଇଲେ କେଶ ଜନିତ ଅନେକ ସମସ୍ୟା ଦୂର ହେବା ସହ କେଶ ଘନ ଓ ଲମ୍ବା ହେବ। ଆପଣ ଜାଣି ଆଶ୍ଚର୍ୟ୍ୟ ହେବେ ଯେ କେଶ ଜନିତ ସମସ୍ତ ସମସ୍ୟା ଦୂର କରିବାରେ ଚାଉଳ ପାଣି ଆପଣଙ୍କୁ ସାହାଯ୍ୟ କରିବ। ଏଥିରେ ଥିବା ପୋଷାକ ତତ୍ତ୍ବ କେଶ ପାଇଁ ଖୁବ୍ ଲାଭଦାୟକ ସାବ୍ୟସ୍ତ ହୋଇଥାଏ। ଆସନ୍ତୁ ଜାଣିବା ଚାଉଳ ପାଣି କିପରି କେଶ ସମସ୍ୟା ଦୂର କରେ ଓ ଏହାକୁ ବ୍ୟବହାର କରିବାର ପ୍ରଣାଳୀ ବିଷୟରେ-

-ଚାଉଳ ପାଣିରେ ଥିବା ଇନୋସିଟୋଲ ଏବଂ କାର୍ବୋହାଇଡ୍ରେଟ୍ ଆପଣଙ୍କ କେଶକୁ ବାହାର କ୍ଷତି ଠାରୁ ସୁରକ୍ଷା ଦେଇଥାଏ।
-କେଶକୁ ବଢ଼ାଇବା ସହିତ ଏହା ଦୁଇ ମୁହାଁ କେଶ ପାଇଁ ମଧ୍ୟ ଖୁବ୍ ଉପକାରୀ ସାବ୍ୟସ୍ତ ହୋଇଥାଏ।
-କେଶକୁ ଚମକପ୍ରଦ କରିବା ପାଇଁ ବଜାରରେ ମିଳୁଥିବା ରାସାୟନିକ ପଦାର୍ଥ ଯୁକ୍ତ କଣ୍ଡିସନର ବଦଳରେ ଚାଉଳ ପାଣିକୁ ବ୍ୟବହାର କରନ୍ତୁ।
-ଶୀତଦିନେ ରୂପି ସମସ୍ୟାରୁ ରକ୍ଷା ପାଇବା ପାଇଁ ଏହି ପାଣି ଲାଭଦାୟକ ହୋଇଥାଏ।
-ଯେଉଁ ମହିଳାଙ୍କର ଉକୁଣି ସମସ୍ୟା ରହିଛି ତାଙ୍କ ପାଇଁ ଏହି ଉପଚାର ବହୁତ ଲାଭଦାୟକ।

- Advertisement -

ବ୍ୟବହାର ପ୍ରଣାଳୀ :

ସର୍ବପ୍ରଥମେ ଭଲ ଚାଉଳକୁ ଦୁଇ ଥର ଧୋଇ ସଫା କରିଦିଅନ୍ତୁ। ଏହାପରେ ସେହି ଚାଉଳ ପାଣିକୁ ଦୁଇ ଦିନ ପାଇଁ ବନ୍ଦ କଣ୍ଟେନରରେ ରଖନ୍ତୁ। ଅଧା କପ୍ ଚାଉଳ ପାଇଁ ଏକ ଗ୍ଲାସ୍ ପାଣି ଯଥେଷ୍ଟ ହୋଇଥାଏ। ଦୁଇ ଦିନ ପରେ ଆପଣ ଯେତେବେଳେ ସେହି କଣ୍ଟେନର ଦେଖିବେ ସେତେବେଳେ ତାହା ଧଳା ପଡ଼ିଯାଇଥିବ। ଏବେ ପାଣିକୁ ନେଇ ତୁଳା କିମ୍ବା ଆଙ୍ଗୁଳି ସାହାଯ୍ୟରେ କେଶ ମୂଳରେ ଲଗାନ୍ତୁ। ଧ୍ୟାନ ରଖନ୍ତୁ, ଚାଉଳ ପାଣି ଲଗାଇବା ପୂର୍ବରୁ ଆପଣଙ୍କ କେଶ ସମ୍ପୂର୍ଣ୍ଣ ସଫା ହୋଇଥିବା ଦରକାର। ମୁଣ୍ଡ ଧୋଇବାର ଘଣ୍ଟାଏ ପୂର୍ବରୁ ଏହି ପାଣିର ବ୍ୟବହାର କରନ୍ତୁ। ମାତ୍ର ଗୋଟିଏ ମାସ ମଧ୍ୟରେ ଆପଣ ଫରକ ଅନୁଭବ କରିପାରିବେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories