www.samajalive.in
Friday, December 12, 2025
27.1 C
Bhubaneswar

ଡିସେମ୍ବର ୧୯ରେ ଆଇପିଏଲ୍‌ ଖେଳାଳି ନିଲାମ 

ମୁମ୍ବଇ : ୨୦୨୦ ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ନିମନ୍ତେ ଖେଳାଳି ନିଲାମ ଆସନ୍ତା ଡିସେମ୍ବର ୧୯ରେ କଲକାତାରେ ହେବ ବୋଲି ଜଣାପଡ଼ିଛି। ମଙ୍ଗଳବାର ଆଇପିଏଲ୍‌ ଗଭର୍ଣ୍ଣିଂ କାଉନ୍‌ସିଲର ଏକ ବୈଠକ ମୁମ୍ବଇରେ ଅନୁଷ୍ଠିତ ହୋଇଥିଲା। ଖେଳାଳି ନିଲାମ ଡିସେମ୍ବର ୧୯ରେ କରାଯିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। କଲକାତାରେ ପ୍ରଥମଥର ପାଇଁ ଖେଳାଳି ନିଲାମ ଅନୁଷ୍ଠିତ ହେବାକୁ ଥିବା ବେଳେ ଆଇପିଏଲ୍‌ ମ୍ୟାଚ୍‌ ଚିରାଚରିତ ଢଙ୍ଗରେ ଏପ୍ରିଲ୍‌ ଓ ମେ ମାସରେ ଆୟୋଜନ ପାଇଁ ନିଷ୍ପତ୍ତି ହୋଇଛି।
୨୦୧୯ ଆଇପିଲ୍‌ ଖେଳାଳି ନିଲାମ ପାଇଁ ପ୍ରତି ଦଳ ୮୨ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଗଭର୍ଣ୍ଣିଂ କାଉନ୍‌ସିଲ ଅନୁମତି ପ୍ରଦାନ କରିଥିବା ବେଳେ ୨୦୨୦ ପାଇଁ ଏହି ଅର୍ଥ ରାଶି ୮୫ କୋଟିକୁ ବଢ଼ାଇ ଦିଆଯାଇଛି। ଗତବର୍ଷ ଖେଳାଳି ନିଲାମ ପରେ ଦିଲ୍ଲୀ କ୍ୟାପିଟାଲ୍‌ ନିକଟରେ ୮.୨ କୋଟି, ରାଜସ୍ଥାନ ରୟାଲ୍‌ସ ନିକଟରେ ୭.୧୫ କୋଟି, ଚେନ୍ନଇ ସୁପର କିଙ୍ଗ୍‌ସ ନିକଟରେ ୩.୨ କୋଟି, କିଙ୍ଗ୍‌ସ ଏକାଦଶ ପଞ୍ଜାବ ନିକଟରେ ୩.୭କୋଟି, କଲକାତା ନାଇଟ୍‌ ରାଇର୍ଡସ ନିକଟରେ ୬.୦୫ କୋଟି, ମୁମ୍ବଇ ଇଣ୍ଡିଆନ୍‌ସ ନିକଟରେ ୩.୫୫ କୋଟି, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ନିକଟରେ ୧.୮୦ କୋଟି, ସନ୍‌ରାଇଜର୍ସ ହାଇଦରାବାଦ୍‌ ନିକଟରେ ୫.୩୦ କୋଟି ଟଙ୍କା ବଳକା ରହିଛି।

Hot this week

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

Related Articles

Popular Categories