www.samajalive.in
Friday, December 12, 2025
27.1 C
Bhubaneswar

‘କେଆର ଏବଂ ସେଆର’କୁ ବିପର୍ଯ୍ୟୟ ମୁକାବିଲା ମନ୍ତ୍ର ଭାବେ ଗ୍ରହଣ କରାଯାଉ : ଦୀପକ ମାଲବ୍ୟ

ତିରୁବନ୍ତପୁର୍‌ମ (ବିଶେଷ ପ୍ରତିନିଧି) : ପ୍ରାକୃତିକ ବିପର୍ଯ୍ୟୟ ବେଳେ କେବଳ ଓଡ଼ିଶାରେ ନୁହେଁ, ସମଗ୍ର ଦେଶରେ ‘ସମାଜ’ ସହାୟତାର ହାତ ବଢ଼ାଇବାକୁ ଆଗେଇ ଆସିବ। ‘ସମାଜ’ ଶତବାର୍ଷିକୀ ଅବସରରେ ପୀଡ଼ିତ ଓ ବିପନ୍ନଙ୍କ ପାଇଁ ଉଦ୍ଦିଷ୍ଟ ରିଲିଫ କାର୍ଯ୍ୟକୁ ଅଧିକ ବ୍ୟାପକ କରିବା ପାଇଁ ସଂକଳ୍ପ ନିଆଯାଇଛି ବୋଲି ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଦୀପକ ମାଲବ୍ୟ ଘୋଷଣା କରିଛନ୍ତି। କେରଳ ବନ୍ୟାରୁ ଶିକ୍ଷା ଶୀର୍ଷକ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ମାଲବ୍ୟ କହିଥିଲେ ଯେ ଏଣିକି ଓଡ଼ିଶା ମଧ୍ୟରେ ଏବଂ ବାହାରେ ‘ସମାଜ ରିଲିଫ ପାଣ୍ଠି’ର କାର୍ଯ୍ୟକୁ ବ୍ୟାପକ କରାଯିବ। ବିଶେଷ କରି ପ୍ରବାସୀ ଓଡ଼ିଆଙ୍କୁ ଅସୁବିଧା ବେଳେ ସହାୟତା ଦିଆଯିବ ଏବଂ ଜନତାଙ୍କୁ ରିଲିଫ କାର୍ଯ୍ୟରେ ଅଧିକ ଯୋଡ଼ାଯିବ। ‘ସମାଜ’ର ରିଲିଫ କାର୍ୟ୍ୟକ୍ରମ ବିଷୟରେ ସୂଚନା ଦେଇ ଶ୍ରୀ ମାଲବ୍ୟ କହିଥିଲେ ଯେ ଓଡ଼ିଶାରେ ଏହାର ବିଶ୍ବସନୀୟତା ରହିିଛି। ରାତି ଅଧରେ ବିପନ୍ନଙ୍କୁ ସହାୟତା ମିଳୁଛି। କେରଳରେ ରିଲିଫ କାର୍ଯ୍ୟ କରୁଥିବା ଅନୁଷ୍ଠାନଗୁଡ଼ିକ ଠିକ୍‌ ସେଭଳି ଜନତାଙ୍କ ଆସ୍ଥାଭାଜନ ହେବାକୁ ପଡ଼ିବ। ଲାଲା ଲଜପତ ରାୟ, ପଣ୍ଡିତ ଗୋପବନ୍ଧୁ ଦାସ, ଲାଲବାହାଦୁର ଶାସ୍ତ୍ରୀ, ରାଧାନାଥ ରଥଙ୍କ ଭଳି ମନୀଷୀଙ୍କ ଜନସେବା ପରମ୍ପରାକୁ ‘ସମାଜ’ ଶତବାର୍ଷିକୀ ଅବସରରେ ଆଗଇ ନିଆଯିବ ବୋଲି ଶ୍ରୀ ମାଲବ୍ୟ କହିଥିଲେ।
ନେପାଳରେ ଭୂମିକମ୍ପ ପରେ ସେଠାରେ ବିଦ୍ୟାଳୟ ନିର୍ମାଣ ଏବଂ କେରଳରେ ବନ୍ୟା ବିଭୀଷିକା ପରେ ‘ସମାଜ’ ରିଲିଫ ପକ୍ଷରୁ ବିଭିନ୍ନ ନିର୍ମାଣ କାର୍ଯ୍ୟ କରାଯାଉଛି। ବନ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ନିର୍ମିତ ପ୍ରକଳ୍ପରୁ ସ୍ଥାନୀୟ ଜନତା ଆଗାମୀ ଦିନରେ ବିଶେଷ ଉପକୃତ ହୋଇପାରିବେ ବୋଲି ଶ୍ରୀ ମାଲବ୍ୟ ଆଶା ପ୍ରକାଶ କରିଥିଲେ। ଓଡ଼ିଶା ଓ କେରଳ ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବାରୁ ଉଭୟ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଇଁ ପରସ୍ପର ଠାରୁ ଶିକ୍ଷା ଗ୍ରହଣ କରିବାକୁ ପଡ଼ିବ। ‘କେଆର ଓ ସେଆର’କୁ ବିପର୍ଯ୍ୟୟ ପରିଚାଳନାର ମନ୍ତ୍ର ଭାବେ ଗ୍ରହଣ କରି ପ୍ରାକୃତିକ ବିପର୍ଯ୍ୟୟ ପୀଡ଼ିତଙ୍କୁ ଯତ୍ନ କରିବା ଏବଂ ବିପର୍ଯ୍ୟୟ ମୁକାବିଲାର ଅନୁଭୂତି ପରସ୍ପର ମଧ୍ୟରେ ବାଣ୍ଟିବାକୁ ଆହ୍ବାନ କରିଥିଲେ। ଜନତାଙ୍କ ମଧ୍ୟରେ ଅଧିକ ସଚେତନତା ଆଣିବାକୁ ଉପସ୍ଥିତ ନାଗରିକ ସମାଜ ସଦସ୍ୟଙ୍କୁ ପରାମର୍ଶ ଦେଇଥିଲେ।
କାର୍ଯ୍ୟକ୍ରମରେ ବିଶିଷ୍ଟ ସମାଜସେବୀ ଜଗଦାନନ୍ଦ କହିଥିଲେ ଯେ ପ୍ରାକୃତିକ ବିପର୍ଯ୍ୟୟ ବେଳେ କର୍ପୋରେଟ୍‌ ମୁଖିଆ ଆର୍ଥିକ ସାହାଯ୍ୟ ଦେବା ନାମରେ ଫଟୋ ଉଠାଇ ପରଦିନ ନିଖୋଜ ହୋଇଯାଆନ୍ତି; କିନ୍ତୁ ବାସ୍ତବରେ ସିଭିଲ ସୋସାଇଟିର ସଦସ୍ୟ ପୀଡ଼ିତଙ୍କୁ ନିରନ୍ତର ସହାୟତା କରିଥାନ୍ତି। ସମାଜରେ ସିଭିଲ ସୋସାଇଟି ସଦସ୍ୟଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ଦର୍ଶାଇ ବିପର୍ଯ୍ୟୟ ସମୟରେ ପୀଡ଼ିତଙ୍କ ଉଦ୍ଧାର କାର୍ଯ୍ୟ, ଅସ୍ଥାୟୀ ରହଣିସ୍ଥଳ ବ୍ୟବସ୍ଥା ଏବଂ ପରେ ପୁନର୍ବାସ ଓ ଜୀବିକାର ପୁନରୁଦ୍ଧାର କରିବା ପାଇଁ ଆଗେଇ ଆସିବାକୁ ଆହ୍ବାନ କରିଥିଲେ। ପ୍ରାକୃତିକ ବିପର୍ୟ୍ୟୟରେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇଁ ଆଶ୍ରୟସ୍ଥଳୀର ଅଭାବକୁ ଦାୟୀ କରି ବିପର୍ଯ୍ୟୟ ପ୍ରବଣ ଅଞ୍ଚଳରେ ଅଧିକ ଆଶ୍ରୟସ୍ଥଳୀ ନିର୍ମାଣ କରିବାକୁ ଶ୍ରୀ ଜଗଦାନନ୍ଦ ଗୁରୁତ୍ବ ଆରୋପ କରିଥିଲେ। କାର୍ଯ୍ୟକ୍ରମରେ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସଷ୍ଟନେବଲ ଡେଭଲପମେଣ୍ଟର ଅଧ୍ୟକ୍ଷ ଜନ୍‌ ସାମୁଏଲ ଓ ପ୍ରଫେସର ଏସ୍‌.କେ. ଗଡ଼ଉଇନ ନିଜ ମତ ରଖିଥିଲେ।
ସୂଚନାଯୋଗ୍ୟ ଯେ କେରଳର ବାତ୍ୟା ବିପର୍ଯ୍ୟୟ ପରେ ଓଡ଼ିଶାର ବହୁ ଅନୁଷ୍ଠାନ ଓ ବଦାନ୍ୟ ବ୍ୟକ୍ତି ‘ସମାଜ’ ମାଧ୍ୟମରେ ରିଲିଫ ପ୍ରଦାନ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ। ସଂଗୃହୀତ ଅର୍ଥ ସହ ‘ସମାଜ’ ରିଲିଫ କମିଟି କେରଳରେ କେତେକ ସହାୟତା କାର୍ଯ୍ୟକ୍ରମ ଗ୍ରହଣ କରିଥିଲା।

Hot this week

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

Related Articles

Popular Categories